Site icon Awaj Media

ପୂର୍ବତନ ପ୍ରଧାନ ମନ୍ତ୍ରୀ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ମହାପ୍ରୟାଣ ଦିବସ ପାଳିତ !!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ମହାପ୍ରୟାଣ ଦିବସ ପାଳିତ ହୋଇଯାଇଛି ।ଏହି ଅବସରରେ ଗଜପତି ଜିଲ୍ଲା କଂଗ୍ରେସ ସଭାପତି ତଥା ମୋହନା ବିଧାୟକ ଦାଶରଥି ଗୋମଙ୍ଗ ଯୋଗଦେଇ ଥିଲେ । ସର୍ଵ ପ୍ରଥମେ ସ୍ୱର୍ଗତ ରାଜୀବ ଗାନ୍ଧୀ ଙ୍କ ଫଟୋଚିତ୍ର ରେ ପୁଷ୍ପ ମାଲ୍ୟାର୍ପଣ କରାଯାଇଥିଲା । ତା ପରେ ରାଜୀବ ଗାନ୍ଧୀ ଙ୍କ ଦେଶ ପରିଚାଳନା ଓ ତାଙ୍କର ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ କଂଗ୍ରେସ ଦଳ ପରିଚାଳିତ ହେଉଛି ବୋଲି ନୀତିବାଣୀ ଦେଇଥିଲେ । ବର୍ତ୍ତମାନ ଦେଶରେ ବ୍ୟାପିଥିବା କରୋନା ମହାମାରୀ ଯୋଗୁଁ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ସମ୍ମୁଖରେ କିଛି ଲୋକଙ୍କୁ ମାସ୍କ ବଣ୍ଟନ କରାଯାଇଥିଲା । ଏହି କରୋନା ସଂକ୍ରମଣ ଦ୍ୱିତୀୟ ଲହରୀ ଖେଳିଯାଇଛି ତେଣୁ କୋଭିଡ଼ ନିୟମ ଅନୁସାରେ କାର୍ଯ୍ୟକ୍ରମକୁ ନିରାଡ଼ମ୍ବରରେ ପରିଚାଳିତ କରିଥିଲେ । କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଥିବା ଅନ୍ୟ ମାନଙ୍କ ମଧ୍ୟରେ ସଞ୍ଜୟ କୁମାର ଅଧିକାରୀ, ସୂର୍ଯ୍ୟ ନାରାୟଣ ପାତ୍ର, ଈଶ୍ୱର ମାଝୀ, ସଂଗ୍ରାମ କେଶରୀ ସାହୁ ପ୍ରମୁଖ ଙ୍କ ଉପସ୍ଥିତିରେ ନଗର କଂଗ୍ରେସ କମିଟି ପକ୍ଷରୁ ବସନ୍ତ କୁମାର ପଣ୍ଡାଙ୍କ ଦ୍ଵାରା କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା

Exit mobile version