Site icon Awaj Media

ଟ୍ରାକ୍ଟର ସ‌ହ ବାଇକ୍ ମୁହାଁମୁହିଁ ଧକ୍କା : ଜଣେ ମୃତ !

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଟ୍ରାକ୍ଟର ସ‌ହ ବାଇକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ବାଇକ ଆରୋହୀଙ୍କ ମୃତ୍ୟୁ। ମୃତକ ହେଉଛନ୍ତି ପାରଳାଖେମୁଣ୍ଡି ବଡ଼ ମାଦଳା ସାହିର ଟି. କିରଣ। ସୂଚନା ଅନୁସାରେ ରାୟଗଡ଼ାରୁ ପାରଳାଖେମୁଣ୍ଡି ଆସୁଥିବା ବେଳେ ଏଫସିଆଇ ଗୋଦାମ ନିକଟରେ ଦୁର୍ଘଟଣା ଘଟିଥିଲା । ଖବରପାଇ ପାରଳାଖେମୁଣ୍ଡି ପୋଲିସ ଘଟଣାସ୍ଥଳରେ ପହଁଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁପଠାଇବା ସହ ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି

Exit mobile version