Site icon Awaj Media

ଢେଙ୍କାନାଳ ର ନିର୍ମଳ ସଂସ୍ଥା ପକ୍ଷରୁ ସ୍ୱଚ୍ଛତା କାର୍ଯ୍ୟକ୍ରମ !!

Spread the love

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ସ୍ୱଚ୍ଛତା ସେବା ଉପରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ନିର୍ମଳ ସଂସ୍ଥା ତରଫରୁ ସମସ୍ତ କାର୍ଯ୍ୟକର୍ତ୍ତା ମାନେ ଏକାଠି ହୋଇ ଚିକିତ୍ସାଳୟ ସମ୍ମୁଖରେ ଲୋକମାନଙ୍କୁ ସଚେତନ କରାଇବା ପାଇଁ ବିଭିନ୍ନ ସଚେତନ ମୂଳକ ନାରା ଦେଇଥିଲେ ।ଏହି ସଂସ୍ଥା ତରଫରୁ ସ୍ୱଚ୍ଛତାର ଦ୍ୱୀପ ଜଳିବା, ଆମ ଚତୁର୍ପାର୍ଶ୍ୱ ପରିଷ୍କାର ରଖିବା, ସ୍ୱଚ୍ଛତା ଏକ ବଡ ଅଭିଯାନ ,ସମସ୍ତେ ଏଥିରେ ଦିଅ ଯୋଗଦାନ ,ଗାନ୍ଧିଜୀଙ୍କ ସ୍ୱପ୍ନର ଭାରତ ଗଢିବା ଆଦି ନାରା ଲଗାଯାଇଥିଲା । ଆଜିର ଏହି ସଚେତନତା କାର୍ଯ୍ୟକ୍ରମରେ ସୁପରଭାଇଜର ରାକେଶ କୁମାର ମଲ୍ଲିକ, ସୋମନାଥ ସାମଲ, ଅଶ୍ୱିନ କୁମାର ସାହୁ ,ସିଦ୍ଧାନ୍ତ ବେହେରା ଙ୍କ ସମେତ ଅନ୍ୟ ସଫାଇ କର୍ମଚାରୀ ଦାଶରଥି ନାଏକ, ପ୍ରଶାନ୍ତ ନାଏକ, ବିଚିତ୍ରା ନାଏକ, ମିଥୁନ ନାଏକ, ମହେଶ ନାଏକ, ମନୋଜ ନାଏକ ଏବଂ ଗୋଲାଖ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Exit mobile version