Site icon Awaj Media

ଉତ୍କକ ବିକାଶ ପରିଷଦ ପକ୍ଷରୁ ବୋଧପୁର ପଞ୍ଚାୟତରେ ବିଶୋଧନ ସାମଗ୍ରୀ ସିଞ୍ଚନ ।

Spread the love

କଟକ ( ଆୱାଜ ମିଡ଼ିଆ ) – ପ୍ରିୟବ୍ରତ ପଟ୍ଟନାୟକ : କଟକ ସଦର ବ୍ଲକର ଅଗ୍ରଣୀ ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦ ପକ୍ଷରୁ ସଦର ଉପକଣ୍ଠ ୭ ନମ୍ବର ଜୋନ ବୋଧପୁର ପଂଚାୟତର ସ୍ଥାନୀୟ ବଜାର, ମନ୍ଦିର, ପାଠାଗାର, ବଜାର, ଗ୍ରାମ ପରିସର, ଜନଗହଳି ପୂର୍ଣ ସ୍ଥାନ, ଘର ଆଦି ବହୁ ସ୍ଥାନରେ କରୋନା ଭୂତାଣୁ ସଂକ୍ରମଣ ରୋକିବାରେ ବିଶୋଧନ କାର୍ଯ୍ୟ କରାଯିବାସହ, ସଚେତନତା ପ୍ରଚାର ପତ୍ର, ନୋଜମାସ୍କ ବଣ୍ଟନ କରାଯାଇଛି ।

ଏହି ସେଵା କାର୍ଯ୍ୟକ୍ରମକୁ ପରିଷଦ ପକ୍ଷରୁ ଯୁବ ମାଜସେବୀ ପ୍ରିତମ ଚୌଧୁରୀ, ଶୁଭକାନ୍ତ ପଣ୍ଡା, ଲକ୍ଷ୍ମୀକାନ୍ତ ତ୍ରିପାଠୀ,ସଞ୍ଜିତ ଦାସ୍, ସନ୍ତୋଷ କୁମାର ପଣ୍ଡା, ରଜନୀକାନ୍ତ ପଣ୍ଡା, ଆଦିତ୍ୟ ନନ୍ଦ, ସତ୍ୟଜିତ ପଣ୍ଡା, ଚନ୍ଦନ ବେହେରା, ରାକେଶ ନାଏକ, ରଶ୍ମୀରଂଜନ ପଣ୍ଡା, ପ୍ରତିକ୍ ଦାସ ପ୍ରମୁଖ ବହୁ ସ୍ୱେଚ୍ଛାସେବୀ ମାନେ ଉପସ୍ଥିତ ରହି ପରିଚାଳନା କରିଥିଲେ । ଏହି ବିଶୋଧନ କାର୍ଯ୍ୟକୁ ସଭାପତି ଯୁବ ସମାଜସେବୀ ଇଂ.ପ୍ରକାଶ ଚନ୍ଦ୍ର ସେଠୀ ଉଚ୍ଚ ପ୍ରସଂଶା କରିବା ସହ ନିରନ୍ତର ସେଵା ଯୋଗାଇ ଦେବାକୁ କାର୍ଯ୍ୟକର୍ତା ମାନଙ୍କୁ ନିବେଦନ କରିଛନ୍ତି ।

Exit mobile version