Site icon Awaj Media

ମୃତକ ସାମ୍ବାଦିକଙ୍କ ପରିବାରକୁ ଆର୍ଥିକ ସାହାଯ୍ୟ ପ୍ରଦାନ କରିବା ପାଇଁ ଫ୍ରଣ୍ଟଲାଇନ ମିଡ଼ିଆ ଆସୋସିଏସନ ପକ୍ଷରୁ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ !

Spread the love

କନ୍ଧମାଳ,(ଆୱାଜ଼ ମିଡ଼ିଆ)-ସଞ୍ଜୟ କୁମାର ପାଣିଗ୍ରାହୀ : ଚଳିତ ମାସ ୨୩ ତାରିଖ ଦିନ କୋଭିଡରେ ମୃତ୍ୟୁବରଣ କରିଥିବା କୋଭିଡ ଯୋଦ୍ଧା ସାମ୍ବାଦିକ ଆଶୁତୋଷ ବେହେରାଙ୍କ ପରିବାରକୁ ଜିଲ୍ଲା ରେଡକ୍ରସ ପାଣ୍ଠିରୁ ଆର୍ଥିକ ସାହାଯ୍ୟ ପ୍ରଦାନ କରିବା ସହିତ ରାଜ୍ୟ ସରକାରଙ୍କ ଘୋଷିତ କୋଭିଡ ଯୋଦ୍ଧା ଅନୁକମ୍ପା ମୂଳକ ଅର୍ଥରାଶି ପ୍ରଦାନ କରିବା ପାଇଁ କନ୍ଧମାଳ ଜିଲ୍ଲା ଫ୍ରଣ୍ଟଲାଇନ ମିଡ଼ିଆ ଏସୋସିଏସନ ପକ୍ଷରୁ କନ୍ଧମାଳ ଜିଲ୍ଲାପାଳଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି ! କନ୍ଧମାଳ ଜିଲ୍ଲାପାଳ ଡ଼ଃ ବୃନ୍ଦା ଡ଼ି ଏହି ସ୍ମାରକ ପତ୍ର ପାଇବାର ମୁହୂର୍ତ୍ତକ ମଧ୍ୟରେ ମୃତକଙ୍କ ପରିବାରକୁ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦେବାକୁ ଏସୋସିଏସନକୁ ସମ୍ମତି ପ୍ରକାଶ କରିବା ସହିତ ତୁରନ୍ତ ତାଙ୍କ ନାମକୁ କୋଭିଡ ଯୋଦ୍ଧା ଭାବେ ତାଲିକା ଭୁକ୍ତ କରି ସରକାରଙ୍କୁ ଜଣାଇବା ପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦେଶ ଦେଇଛନ୍ତି. ! ଏହା ଫଳରେ ସରକାର ଘୋଷଣା କରିଥିବା କୋଭିଡ ଯୋଦ୍ଧା ସାମ୍ବାଦିକ ମାନଙ୍କ ମୃତ୍ୟୁକାଳୀନ ଅନୁକମ୍ପା ମୂଳକ ଅର୍ଥରାଶି ତାଙ୍କ ପରିବାର ବର୍ଗ ଅତିଶୀଘ୍ର ପାଇବାରେ ସହାୟକ ହୋଇପାରିବ ! ଏହା ସହିତ ତାଙ୍କ ପରିବାରକୁ ଜିଲ୍ଲା ପ୍ରଶାସନ ତରଫରୁ ଯଥା ସମ୍ଭବ ସାହାଯ୍ୟ ଯୋଗାଇ ଦିଆଯିବ ବୋଲି ମଧ୍ୟ ଜିଲ୍ଲାପାଳ ସୂଚନା ଦେଇଛନ୍ତି ! ସାମ୍ବାଦିକ ମାନଙ୍କ ପ୍ରତି ଜିଲ୍ଲାପାଳଙ୍କର ରହିଥିବା ଏହି ସ୍ନେହ ଏବଂ ସାହାଯ୍ୟ ମନବୃତ୍ତି ପାଇଁ ଆସୋସିଏସନ ପକ୍ଷରୁ ଜିଲ୍ଲାପାଳଙ୍କୁ ଅଶେଷ ଅଶେଷ କୃତଜ୍ଞତା ଜ୍ଞାପନ କରାଯାଇଛି l

Exit mobile version