କଣିହାଁ ( ଆୱାଜ ମିଡ଼ିଆ ) – ଅଶ୍ୱିନୀ କୁମାର ଦେବତା : ସାମୁଦ୍ରିକ ବାତ୍ୟା ୟାସ ମୁକାବିଲା ପାଇଁ ବାତ୍ୟା ଆଶ୍ରୟସ୍ଥଳୀ ତୟାର୍ । ସମ୍ଭାବ୍ୟ ବିପଦ ଆଶଙ୍କା କରି ସମଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବିକିସର ଗ୍ରାମରେ ଆଦିବାସୀ ପରିବାର ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି . ବାତ୍ୟା ‘ୟାସ ‘ ରାଜ୍ୟ ର ବିଭିନ୍ନ ଜିଲ୍ଲାରେ ବ୍ୟାପକ ପ୍ରଭାବ ପକାଇବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିବା ପରେ ଆରମ୍ଭ ହୋଇଥିଲା ପ୍ରସ୍ତୁତି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଅନୁଗୁଳ ଜିଲ୍ଲା ପ୍ରଶାସନ ତରଫରୁ ମଧ୍ୟ ବ୍ୟାପକ ପ୍ରସ୍ତୁତି କରାଯାଇଛି । ବାତ୍ୟା ପ୍ରଭାବରେ ଅନୁଗୋଳ ଜିଲ୍ଲାର କଣିହାଁ ବ୍ଲକ ଓ ପାଳଲହଡା ବ୍ଲକ ପ୍ରଭାବିତ ହେବା ନେଇ ଆକଳନ କରାଯାଇଥିଲା । ଏହାକୁ ନେଇ ଜିଲ୍ଲା ପ୍ରଶାସନ ସହିତ ବ୍ଲକ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ମାନ ଗ୍ରହଣ କରାଯାଇଛି । ସେହି ପ୍ରରିପ୍ରେକ୍ଷୀରେ କଣିହାଁ ବ୍ଲକ ରେ ଥିବା ସମସ୍ତ ଗ୍ରାମ ପଞ୍ଚାୟତ ଗୁଡିକୁ ମଧ୍ୟ ଆଲର୍ଟ ରହିବା ପାଇଁ କୁହାଯାଇଛି । ସମଲ ଗ୍ରାମପଞ୍ଚାୟତ ଅନ୍ତର୍ଗତ ବିକିସର ଗ୍ରାମରେ ଗ୍ରାମ ରୋଜଗାର ସେବକ ସରୋଜ କୁମାର ସାହୁ ଓ ୱାର୍ଡ ସଭ୍ୟା ତୃପ୍ତିମୟୀ ନନ୍ଦଙ୍କ ତତ୍ତ୍ୱାବଧାନରେ ବିକିସର ଗୋଷ୍ଠୀ କେନ୍ଦ୍ର ଓ ପ୍ରାଥମିକ ବିଦ୍ୟାଳୟ ଖୋଲାଯାଇ ସେଥିରେ ଆଦିବାସୀ ପରିବାର ଲୋକଙ୍କୁ ସ୍ଥାନାନ୍ତରିତ କରି ସୁରକ୍ଷିତ ଭାବରେ ରଖାଯାଇଛି । ଏଥିରେ ପୂର୍ବତନ ସରପଂଚ ପ୍ରତାପ ଚନ୍ଦ୍ର ବେହେରା ଓ ସାମାଜିକ କର୍ମୀ ଅଶ୍ଵିନୀ କୁମାର ଦେବତା ସହଯୋଗ କରିଥିଲେ । ବାତ୍ୟାର ପ୍ରଭାବ ସମ୍ପୂର୍ଣ୍ଣ କମିବା ପର୍ଯ୍ୟନ୍ତ ଲୋକେ ବାହାରକୁ ନ ବାହାରିବା ପାଇଁ ସ୍ଥାନୀୟ ପୁଲିସ ପ୍ରଶାସନ ତରଫରୁ ସଚେତନ ଓ ସତର୍କ କରାଯାଇଛି ।
ଆଦିବାସୀ ପରିବାରକୁ ସୁରକ୍ଷିତ ଭାବରେ ସ୍ଥାନାନ୍ତର !!!

