Site icon Awaj Media

ଉତ୍କଳ ବିକାଶ ପରିଷଦ ପକ୍ଷରୁ ଅସହାୟଙ୍କୁ ଖାଦ୍ୟ ଓ ଆର୍ଥିକ ସହାୟତା ପ୍ରଦାନ ।

Spread the love

କଟକ ( ଆୱାଜ ମିଡ଼ିଆ ) – ପ୍ରିୟବ୍ରତ ପଟ୍ଟନାୟକ : କଟକ ସଦର ବ୍ଲକର ଅଗ୍ରଣୀ ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦ ପକ୍ଷରୁ ଲକଡାଉନ, ସଟଡାଉନ, ସାମୁଦ୍ରିକ ବାତ୍ୟା ୟାସ ଏବଂ ନିରବିଛିନ୍ନ ବର୍ଷାରେ ପ୍ରଭାବିତ ହୋଇଥିବା ଅରିଲୋ,ରାମକମାରପୁର ଆଦି କଟକ ସଦର ବିଭିନ୍ନ ସ୍ଥାନରେ ଥିବା ଦିବ୍ୟାଙ୍ଗ, ଭିନ୍ନକ୍ଷମ ଲୋକ, ରାସ୍ତା କଡରେ ଥିବା ଅସହାୟ ଲୋକ ମାନଙ୍କୁ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ ସହ ପରିଷଦର ଜରୁରୀ କାଳୀନ ପାଣ୍ଠିରୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି ।

ଏହି ସେଵା କାର୍ଯ୍ୟକ୍ରମକୁ ପରିଷଦ ପକ୍ଷରୁ ଜ୍ୟୋତିପ୍ରକାଶ ପଣ୍ଡା, ଅନନ୍ତ ନାଥ, ସତ୍ୟବ୍ରତ ରାଉତ, ଶଙ୍କର୍ଷଣ ଦାସ, ମନୋଜ ଭୋଇ, ସ୍ୱରୂପ ସୁମନ ଦାସ, ବିମଳ କୁମାର ପଣ୍ଡା, ଲଷ୍ମୀକାନ୍ତ ତ୍ରିପାଠୀ ପ୍ରମୁଖ ବହୁ ସ୍ୱେଚ୍ଛାସେବୀ ସମ୍ପନ୍ନ କରିଥିଲେ . ବାତ୍ୟା, ବର୍ଷାକୁ ଖାତିର ନକରି ସଦସ୍ୟ ମାନେ ଉପସ୍ଥିତ ରହି ଲୋକଙ୍କୁ ସେବା ଯୋଗାଇଥିଲେ । ଏହି ସେଵାକାର୍ଯ୍ୟ ବିଭିନ୍ନ ସ୍ଥାନରେ ଜାରି ରଖିବାକୁ ସଭାପତି ଯୁବ ସମାଜସେବୀ ଇଂ.ପ୍ରକାଶ ଚନ୍ଦ୍ର ସେଠୀ କାର୍ଯ୍ୟକର୍ତା ମାନଙ୍କୁ ନିବେଦନ କରିଛନ୍ତି ।

Exit mobile version