Site icon Awaj Media

ଅମର ଆତ୍ମା ପାରଳା ମହାରାଜା ଶ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତିଙ୍କ 48 ତମ ଶ୍ରାଦ୍ଧ ଦିବସ

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପୁଣ୍ୟଶ୍ଲୋକ ପ୍ରଣମ୍ୟ ମହାପୁରୁଷ ଅମର ଆତ୍ମା ପାରଳା ମହାରାଜା ଶ୍ରୀ ଶ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ଙ୍କ 48 ତମ ଶ୍ରାଦ୍ଧ ଦିବସ ଅବସରରେ ଭର୍ଚୁଆଲ ମିଟିଙ୍ଗ ମାଧ୍ୟମରେ ଶ୍ରଦ୍ଧା ସୁମନ ଅର୍ପଣ କରାଯାଇଛି । ଭଗବତ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ ଶାସନରେ ଅଦ୍ଭୂତପୂର୍ବ ଶୃଙ୍ଖଳିତ ଜନସେବା, ଗୋଲ ଟେବୁଲ ବୈଠକରେ ଅକାଟ୍ୟ ଯୁକ୍ତି ଉପସ୍ଥାପନା, ନବ ଉତ୍କଳ ଗଠନରେ ନିଜର ପ୍ରଚେଷ୍ଟା ଓ ସଫଳତା, ଶିକ୍ଷା, କ୍ରୀଡ଼ା, ନାରୀଶିକ୍ଷା ର ପ୍ରଗତି, କୃଷି କ୍ଷେତ୍ରରେ ଉଲ୍ଲେଖନିୟ ଅବଦାନ ପ୍ରଭୃତି ସମ୍ପର୍କରେ ପ୍ରାଞ୍ଜଳ ଭାବେ ଆଲୋଚନା ହୋଇଥିଲା । ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ନାମରେ କିଛି ଯୋଜନା ଜିଲ୍ଲାରେ ଏବଂ ରାଜ୍ୟରେ ଅନୁମୋଦନ କରାଯାଉ ବୋଲି ସୌଜନ୍ୟ ମୂଳକ ଦାବୀ ଉପସ୍ଥାନ କରାଗଲା । ସଭାରେ ସାହିତ୍ୟ ଏକାଡେମୀ ସଦସ୍ୟ ବିଚିତ୍ରା ନନ୍ଦ ବେବର୍ତ୍ତା, ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନା, ସୂର୍ଯ୍ୟ ନାରାୟଣ ପଟ୍ଟନାୟକ, ପ୍ରାଧ୍ୟାପିକା ଶ୍ୱେତା ପଟ୍ଟନାୟକ, ଘନଶ୍ୟାମ ଜେନା, ପ୍ରମୋଦ ଚନ୍ଦ୍ର ପାଢ଼ୀ, ବିଷ୍ଣୁ ମୋହନ ଅଧିକାରୀ ପ୍ରଭୃତି ଯୋଗଦାନ କରି ନିଜ ନିଜର ବକ୍ତବ୍ୟ କରିଥିଲେ ।

Exit mobile version