Site icon Awaj Media

ରୁଟି ବ୍ୟାଙ୍କ କାର୍ଯ୍ୟକ୍ରମରେ ସାମିଲ ହେଲେ ସାଇନ ଅଫ ସଂଧ୍ୟାର ଚେୟାର ପର୍ସନ !!!

Spread the love

ପଶୁପକ୍ଷୀ ମାନଙ୍କୁ ଖାଦ୍ୟ ଯୋଗାଉଛି ” ରୁଟି ବ୍ୟାଙ୍କ “

କଟକ ( ଆୱାଜ ମିଡ଼ିଆ ) – ପ୍ରିୟବ୍ରତ ପଟ୍ଟନାୟକ : ଅସହାୟ ପଶୁ ମାନଙ୍କୁ ଖାଦ୍ୟ ଯୋଗାଇବା ପାଇଁ ଆରମ୍ଭ ହୋଇଥିବା ”ରୁଟିବ୍ୟାଙ୍କ” କାର୍ଯ୍ୟକ୍ରମ ସହିତ ଯୋଡି ହେଲେ ସାଇନ ଅଫ ସନ୍ଧ୍ୟା ର ଚେୟାର ପର୍ସନ ସନ୍ଧ୍ୟାରାଣୀ ଦଳେଇ । କରୋନା ଭଳି ଘଡିସନ୍ଧି ମୁହୂର୍ତ୍ତରେ ଅସହାୟ ବୁଲା ଷଣ୍ଢ , ଗାଈ , କୁକୁର ଓ ଅନ୍ୟ ଜୀବ ମାନଙ୍କ ପାଇଁ ଆରମ୍ଭ ହୋଇଥିବା ରୁଟିବ୍ୟାଙ୍କ ସହିତ ଯୋଡି ହେଲେ, କଟକ ଜିଲ୍ଲାର ଅଗ୍ରଣୀ ସାମାଜିକ ସଂଗଠନ ”ସାଇନ ଅଫ ସନ୍ଧ୍ୟାର ଚେୟାର ପର୍ସନ ସନ୍ଧ୍ୟାରାଣୀ ଦଳେଇ । ଭୋକିଲା ଜୀବ ମାନଙ୍କ ଭୋକିଲା ପେଟକୁ ଖାଦ୍ୟ ଯୋଗାଇବା ସହିତ, ସମାଜ ପ୍ରତି ଥିବା ନିଜ ଦାୟିତ୍ୱ ଓ କର୍ତ୍ତବ୍ୟକୁ ପାଳନ କରି ”ରୁଟିବ୍ୟାଙ୍କ”’ ମାଧ୍ୟମରେ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

Exit mobile version