Site icon Awaj Media

ଓଡ଼ିଶା ମୋ ପରିବାର ଆନୁକୂଲ୍ୟରେ ଜୀବନ ବିନ୍ଦୁ ରକ୍ତଦାନ ଶିବିର ଅନୁଷ୍ଠିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ରକ୍ତ ଭଣ୍ଡାର ଠାରେ ଆଜି ଓଡ଼ିଶା ମୋ ପରିବାର ଜୀବନ ବିନ୍ଦୁ ଆନୁକୂଲ୍ୟରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଓଡ଼ିଶା ମୋ ପରିବାର ଜୀବନବିନ୍ଦୁର ଜିଲ୍ଲା ସଂଯୋଜିକା ଶ୍ରୀମତୀ ଇନ୍ଦିରା ପଟ୍ଟନାୟକଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ବିଜୁ ଜନତା ଦଳର ଜିଲ୍ଲା ସଭାପତି ପ୍ରଦୀପ ନାୟକ, ଜିଲ୍ଲା ବିଜେଡି ଯୁବ ସଭାପତି ଏସ. ଲିଙ୍ଗରାଜ, ଜିଲ୍ଲା ବିଜେଡି ଛାତ୍ର ସଭାପତି ବିଶ୍ୱଜିତ ତ୍ରିପାଠୀ, ବିଜେଡି ନଗର ସଭାପତି ସୂର୍ଯ୍ୟ ନାରାୟଣ ରାଜଗୁରୁ, ଯୁବ ଆଇ.ଟି. ସଂଯୋଜକ ସୁଜିତ କୁମାର ଦାସ, ଛାତ୍ର ଆଇ.ଟି.ସଂଯୋଜକ ଚାନ୍ଦୁ ମହାରଣା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

ରକ୍ତ ଦାନ ଶିବିରରେ 26 ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା । କୋଭିଡ଼ ମହାମାରୀ ସମୟରେ ଯେପରି ରକ୍ତର ଅଭାବ ନ ହେବ ସେଥିପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଏହି କାର୍ଯ୍ୟକ୍ରମ ଜାରି ରହିଛି , ଆଜିର ଏହି କାର୍ଯ୍ୟକ୍ରମ ରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ରକ୍ତଦାନ କରିଥିବା ବ୍ୟକ୍ତି ବିଶେଷଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଯେଉଁ ମାନେ ରକ୍ତ ଦାନ କଲେ ସେମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଛି । କାର୍ଯ୍ୟକ୍ରମକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଚିକିତ୍ସା ଅଧିକାରୀ ପ୍ରଦୀପ କୁମାର ପାତ୍ର, ଡକ୍ଟର ଏନ.ରବିବାବୁ , ଖଗେଶ୍ଵର ବେହେରା ଟେକ୍ନନିସିୟାନ ପ୍ରମୁଖ ସହଯୋଗ କରିଥିଲେ, ଏହି ସମସ୍ତ କାର୍ଯ୍ୟକ୍ରମ କୋଭିଡ଼ି ନିୟମ ଅନୁସାରେ ମାସ୍କ ପିନ୍ଧି ସାମାଜିକ ଦୂରତା ରକ୍ଷା କରି ଆୟୋଜନ କରାଯାଇଥିଲା ।

Exit mobile version