Site icon Awaj Media

ଫୁଲବାଣୀ ଏସଆଇ ଙ୍କ ସାମ୍ବାଦିକ ଙ୍କୁ ଗାଳି ଘଟଣା ରେ କୋଟଗଡ ବ୍ଲକ ସାମ୍ବାଦିକଙ୍କ ତରଫରୁ କ୍ଷୋଭ ପ୍ରକାଶ !!!

Spread the love

କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ପୋଲିସ ସବ ଇନ୍ସପେକ୍ଟର ଦୀପକ ସାମନ୍ତ ସିଂହାର ସମଗ୍ର ସାମ୍ବାଦିକତା ସମାଜକୁ ଗାଳି କରିବା ଘଟଣା କୁ ଦଶ ଦିନ ବିତି ଯାଇଥିଲେ ବି ସମ୍ପୃକ୍ତ ଏସଆଇ ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହୋଇ ନଥିବାରୁ କୋଟଗଡ ବ୍ଲକରେ କାର୍ଯ୍ୟରତ ସାମ୍ବାଦିକ ଙ୍କ ପକ୍ଷରୁ ନିନ୍ଦା ପ୍ରସ୍ତାବ ଆଣିବା ସହ ଜିଲ୍ଲା ତଥା ରାଜ୍ୟ ର ଦିବଂଗତ ସାମ୍ବାଦିକଙ୍କ ଅମର ଆତ୍ମା ର ସଦଗତି କାମନା କରି ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଛି | ଏହା ପରେ ମିଳିତ ସାମ୍ବାଦିକ ଙ୍କ ବୈଠକ ରେ ହୋଇଥିବା ଆଲୋଚନା ସମ୍ପର୍କ ରେ ବିଚାର ବିମର୍ଶ କରାଯାଇ ଆଗାମୀ ସୋମବାର କୋଟଗଡ ବ୍ଲକରୁ ଏକ ଦାବିପତ୍ର ବିଡିଓ ଙ୍କ ଜରିଆରେ ଉପରିସ୍ଥ ଅଧିକାରୀଙ୍କୁ ଦେବାପାଇଁ ସମସ୍ତ ସାମ୍ବାଦିକ ରମେଶ ଚନ୍ଦ୍ର ପ୍ରଧାନ, ରାସାଲ ଡଙ୍ଗରିଆ, ମାଧବ ଚନ୍ଦ୍ର ଦାଶ, ମହେନ୍ଦ୍ର ପଣ୍ଡା, ପିଙ୍କୁ ନାୟକ, ମୁନା ସିଂ, ପ୍ରତାପ ନାୟକ ପ୍ରମୁଖ ସର୍ବ ସମ୍ମତି ପ୍ରକାଶ କରିଥିଲେ | ହେଲେ ଘଟଣା କୁ ଏତେ ଦିନ ବିତି ଯାଇଥିଲେ ବି କାହିଁକି କାର୍ଯାନୁଷ୍ଠାନ ନେଉନି ଜିଲ୍ଲା ପ୍ରଶାସନ, ପୁଲିସ ଏସଆଇ ଙ୍କ ପତିଆରା ପଛରେ କିଏ ? ବୋଲି ସାମ୍ବାଦିକ ମହଲ ରେ ସନ୍ଦେହ ଦୃଢ଼ୀଭୁତ ହୋଇଛି l ଏଥି ପ୍ରତି ବିଭାଗୀୟ ଉଚ୍ଚ କତୃପକ୍ଷ ତୁରନ୍ତ ଦୃଷ୍ଟି ଦେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାମ୍ବାଦିକ ମହଲରୁ ଦାବୀ ହେଉଛି l

Exit mobile version