Site icon Awaj Media

ଧର୍ମପରାୟଣା ମହିଳାଙ୍କ ପରଲୋକରେ ଶୋକ ।

Spread the love

କଟକ ( ଆୱାଜ ମିଡ଼ିଆ ) – ପ୍ରିୟବ୍ରତ ପଟ୍ଟନାୟକ : କଟକ ସଦର ବୟାଳିଶ ମୌଜ଼ା ଯାଦବ ମହାସଭାର ଉପଦେଷ୍ଟା ସ୍ୱର୍ଗତ ରାମଚନ୍ଦ୍ର ବେହେରାଙ୍କ ଧର୍ମପତ୍ନୀ ତଥା ଧର୍ମପରାୟଣା ମହିଳା ନିଶାମଣି ବେହେରା (୭୪) ଙ୍କ ବରାଳ ଗ୍ରାମ ବାସଭବନରେ ପରଲୋକ ଘଟିଛି । ମିଷ୍ଟଭାଷୀ,ମେଲାପି ମହିଳା ସ୍ୱର୍ଗତା ନିଶାମଣୀ ବେହେରାଙ୍କ ଏକାଦଶାହରେ ଅଗ୍ରଣୀ ସାମାଜିକ ସଂଗଠନ ‘ବିଷ୍ଣୁପ୍ରିୟା ଚାରିଟେବୁଲ ଟ୍ରଷ୍ଟ’ ଓଡ଼ିଶା ,ସରସ୍ବତୀ କଳା ପରିଷଦ’, ‘ଉତ୍କଳ ବିକାଶ ପରିଷଦ’, ମୁହାଁଣ ସାହିତ୍ୟ ସଂସଦ – ମୁମ୍ବାଇ ପକ୍ଷରୁ ନାଟ୍ୟକାର ଅଶୋକ ପଟ୍ଟନାୟକ, କରୋନା ଯୋଦ୍ଧା ପ୍ରିନ୍ସ ନନ୍ଦ, କବୟିତ୍ରୀ ପ୍ରତିଭା ଶତପଥୀ, ଅଖିଳ ଭାରତୀୟ ଯାଦବ ମହାସଭାର ଯୁବ ସଭାପତି ଇଂ.ପ୍ରଦୀପ ବେହେରା, ସମାଜସେବୀ ଇଂ.ପ୍ରକାଶ ଚନ୍ଦ୍ର ସେଠୀ, ଓଡ଼ିଶା ମୋ ପରିବାର-ଜୀବନବିନ୍ଦୁ ଯାଜପୁର ଜିଲ୍ଲା ସଂଯୋଜକ ଇଂ.ବିମଳ ଚନ୍ଦ୍ର, ଶ୍ରମିକନେତା ଚକ୍ରବର୍ତ୍ତୀ ଓତା, କୃଷକ ନେତା ଦେବୀ ପ୍ରସାଦ ପତି, ସମାଜସେବୀ ରସାନନ୍ଦ ବେହେରା , ଯୁବ ସଂଗଠକ ଇଂ.ସେବକ ଶ୍ରୀକାନ୍ତ ବେଉରା ତଥା ସ୍ଥାନୀୟ ଗ୍ରାମବାସୀ ବୃନ୍ଦ ଶୋକ ପ୍ରକାଶ କରିବାସହ ଅମର ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରିଛନ୍ତି । ସୂଚନାଯୋଗ୍ୟ ସ୍ୱର୍ଗତା ନିଶାମଣି ବେହେରାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ତାଙ୍କ ନାତି ରକ୍ତଦାତା ସୁରଜ ବେହେରା ବିସିଟିର ସାଂଗଠନିକ ସମ୍ପାଦକ ଭାବେ କାର୍ଯ୍ୟ କରିବା ସହ ବିଭିନ୍ନ ସଂଗଠନ ସହ ଜଡିତ ରହି ବହୁ ଜନହିତକର କାର୍ଯ୍ୟ, ରକ୍ତଦାନ, ଶିକ୍ଷାଦାନ, କରୋନା ଯୋଦ୍ଧା ଭାବେ ଅନନ୍ୟ ସେଵା, ସାହିତ୍ୟ ଓ ସଂକୃତିର ବିକାଶ ଦିଗରେ ନିଜର ସାଧନା ଜାରି ରଖି ସମାଜରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି ।

Exit mobile version