Site icon Awaj Media

ଧରାପୃଷ୍ଠକୁ କରୋନା ଦାଉରୁ ରକ୍ଷାକରିବା ପାଇଁ ଚିଣ୍ଟୁ ବାବାଙ୍କ ପୁରୀ ଯାତ୍ରା !!!

Spread the love

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ଜଗତକୁ କରୋନା ଦାଉରୁ ରକ୍ଷା କରିବା ତଥା ଜଗତ କଲ୍ୟାଣ ଉଦେଶ୍ୟରେ ଏକଘରିଆ ମଠରୁ ଚିଣ୍ଟୁ ବାବା ପଦଯାତ୍ରା କରି ପୁରୀ ଅଭିମୁଖେ ଯାତ୍ରା କରିଛନ୍ତି । ବର୍ତ୍ତମାନ କରୋନା ପରି ରାକ୍ଷସ ସମଗ୍ର ବିଶ୍ୱ ତଥା ଭାରତ ବର୍ଷକୁ ନିଜ କବଳରେ କବଳିତ କରିସାରିଛି । ଭକ୍ତ ମାନେ ପୁରୀ ଯାଇ ଓଡ଼ିଆ ମାନଙ୍କର ଇଷ୍ଟଦେବ ଜଗତର ନାଥ ଜଗନ୍ନାଥଙ୍କୁ ପ୍ରତ୍ୟେକ୍ଷ ଭାବେ ଦର୍ଶନ କରିପାରୁ ନଥିବାରୁ ଚିଣ୍ଟୁ ବାବା ସେମାନଙ୍କର ଆଶା କୁ ପୁରଣ କରିବା ତଥା ସେମାନଙ୍କ ଦୁଃଖ ଜଗନ୍ନାଥଙ୍କୁ ଜଣାଇବା ଉଦେଶ୍ୟରେ ପୁରୀ ଯାତ୍ରା ଆରମ୍ଭ କରିଥିଲେ । ଚିଣ୍ଟୁ ବାବା ସାଙ୍ଗରେ ପଦ୍ମ ଫୁଲ, ସୁଗନ୍ଧିତ ପୁଷ୍ପ, ଦୁର୍ଲଭା, ଦୟଣା ,ତୁଳସୀ ମାଳ ଆଦି ନେଇ ପୁରୀ ଅଭିମୁଖେ ଯାତ୍ରା କରିଥିଲେ । ପୁରୀ ରେ ପହଞ୍ଚି ଜଗତ ଉଦ୍ଧାର ପାଇଁ ପୂଜାର୍ଚ୍ଚନା କରି ସମଗ୍ର ବିଶ୍ୱକୁ କରୋନା ଦାଉରୁ ରକ୍ଷାକରିବା ପାଇଁ ଜଗତର ନାଥ ଜଗନ୍ନାଥଙ୍କୁ ଗୁହାରୀ ଜଣାଇଛନ୍ତି ।

Exit mobile version