କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କରୋନା କଟକଣା ପାଇଁ ଦୋକାନ ବଜାର ଖୋଲିବା ଉପରେ ରୋକ ଲାଗ ଯାଇଥିଲେବି , ଅନ୍ଲାଇନରେ ମଦ ବରାଦ କଲେ ତାହା ଉପଭୋକ୍ତାଙ୍କ ପାଖରେ ପହଞ୍ଚାଇବାର ବ୍ୟବସ୍ଥା ପାଇଁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର । କେତେକ ସ୍ଥାନରେ ଅନଲାଇନ ବିକ୍ରି ନାମରେ ଚୋରା କାରବାର ହେଉଥିବାର ଅଭିଯୋଗ ଆସୁଥିବା ସମୟରେ ବାଲିଗୁଡା ଉପଖଣ୍ଡ କ.ନୂଆଗାଁ ଅଞ୍ଚଳରୁ ସାମନାକୁ ଆସିଛି ଭିନ୍ନ ଏକ ଘଟଣା । ଅନଲାଇନ୍ ସୁବିଧା ମାଧ୍ୟମରେ ମଦ ପାଇବା ପାଇଁ କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଳକର ବଣଗୁଡ଼ା ଗ୍ରାମର ଦୁଇଜଣ ଓ ସାରଙ୍ଗଡ଼ ଅଞ୍ଚଳର ଜଣେ ଗ୍ରାହକ ଫିରିଙ୍ଗିଆ ବ୍ଳକ ଅନ୍ତର୍ଗତ କେଲାପଡ଼ା ଠାରେ ଥିବା ବିଦେଶୀ ମଦ ଦୋକାନରୁ ମଦ ବରାଦ କରିଥିଲେ । ଦୋକାନ ମାଲିକ ଏକ ଅଟୋ ଯୋଗେ ଗ୍ରାହକ ମାନଙ୍କ ପାଖରେ ମଦ ପହଞ୍ଚାଇବା ପାଇଁ ପଠାଇଥିବା ବେଳେ ସେହି ଗାଡ଼ିକୁ ଫିରିଙ୍ଗିଆ ପୁଲିସ୍ ମାସିରିପଡ଼ା ଛକଠାରେ ଅଟକାଇଥିଲା । ତେବେ ଅଟୋ ଚାଳକ ଗଣେଷ ସାହୁ ଅନ୍ଲାଇନରେ ମଦ ପହଞ୍ଚାଇବା ପାଇଁ ସେ ସାରଙ୍ଗଡ଼ ନେଉଥିବା ପ୍ରକାଶ କରିଥିଲେ ମଧ୍ୟ ପୁଲିସ୍ ଅଟୋ ସହିତ ଗାଡ଼ି ଚାଳକକୁ ଥାନାରେ ଅଟକ ରଖିଥିଲା । ତେବେ କିଛି ସମୟ ପରେ ଗାଡ଼ିର ଚାଳକ ସହିତ ଅଟୋକୁ ଛାଡିଥିଲେ ମଧ୍ୟ ଜବତ ମଦକୁ ଦେଇ ନ ଥିଲେ । ତେବେ ଅନ୍ଲାଇନରେ ମଦ ବରାଦ ଦେଇଥିବା ଗ୍ରାହକମାନେ ସେମାନଙ୍କର ଟଙ୍କା ପୂର୍ବରୁ ପଇଠ କରିଥିଲେ ମଧ୍ୟ ସେମାନଙ୍କ ପାଖରେ ମଦ ପହଞ୍ଚି ନ ଥିବାରୁ ଟଙ୍କା ଫେରସ୍ତ ମାଗିଥିଲେ ଗ୍ରାହକ ମାନେ . ତେବେ ସଂପୂର୍ଣ୍ଣ ଘଟଣା ସମ୍ପର୍କରେ ସ୍ଥାନୀୟ ଅଞ୍ଚଳର ସମାଜସେବୀ ବିଜୟ କୁମାର ସାହୁ ଅବକାରୀ ମନ୍ତ୍ରୀ, ପୁଲିସ୍ ମହାନିର୍ଦ୍ଦେଶକ ଓ ଫାଇଭ-ଟି ସଚିବଙ୍କ ନିକଟକୁ ଟୁଇଟ୍ କରିବା ଘଟଣା ସମଗ୍ର ଅଞ୍ଚଳର ଆଲୋଚ୍ୟର ବିଷୟ ହୋଇଛି ।
ଅନ୍ଲାଇନ ଅର୍ଡର ରେ ମଦ ଡେଲିଭରି ବେଳେ ଜବତ କଲା ପୋଲିସ !!!

