Site icon Awaj Media

ଲଡ଼ୁବାବା ଏବଂ ଶ୍ରୀ ରଘୁନାଥ ମନ୍ଦିର ପୂଜକ ମାନଙ୍କୁ ଜିଲ୍ଲା କଂଗ୍ରେସ ପକ୍ଷରୁ ସହାୟତା !!!

Spread the love

ନୟାଗଡ଼ (ଆୱାଜ଼ ମିଡ଼ିଆ)- କିଶୋର ମହାପାତ୍ର : ଲକଡାଉନ ପ୍ରଭାବରେ ଦୈନିକ ରୋଜଗାର ହରାଇ ନୟାଗଡ଼ ଜିଲ୍ଲା ଶରଣକୁଳ ଲଡ଼ୁବାବା ମନ୍ଦିର ଏବଂ ଓଡଗାଁ ଶ୍ରୀ ରଘୁନାଥ ମନ୍ଦିରରେ ଭଗବାନଙ୍କ ନୀତିକାନ୍ତି ସେବା କରୁଥିବା ପୂଜକ ସେବାସୀ ସୁଆର ମାନେ ଅତ୍ୟନ୍ତ ଦୁଃଖର ସହ ପରିବାର ପ୍ରତିପୋଷଣ କରୁଛନ୍ତି. ଏହି ପୂଜକ ମାନଙ୍କୁ ଜିଲ୍ଲା କଂଗ୍ରେସ ପକ୍ଷରୁ ୧୦ କିଲା ଚାଉଳ ପ୍ୟାକେଟ ସହ ଆଳୁ, ମାସ୍କ, ସାନିଟାଇଜର ବଣ୍ଟନ କରାଯାଇଛି. ଅସହାୟ ଦୁଃଖୀ ଲୋକଙ୍କ ଦୁଃଖରେ ସାମିଲ ହେବାପାଇଁ ଜିଲ୍ଲାରେ କଂଗ୍ରେସ ଦଳ ଛୋଟିଆ ପ୍ରୟାସ ଆରମ୍ଭ କରିଛି l ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀଵୀ ରଣଜିତ ଦାଶଙ୍କ ଉଦ୍ୟମରେ ଆୟୋଜିତ ଏହି ସେବା କାର୍ଯ୍ୟକ୍ରମରେ ଓଡଗାଁ ବ୍ଲକ କଂଗ୍ରେସ ସଭାପତି ପୂର୍ଣଚନ୍ଦ୍ର ନାୟକ, ଜିଲ୍ଲା ଯୁବ କଂଗ୍ରେସ ସଭାପତି ପ୍ରତୀକ ମହାପାତ୍ର, ଜିଲ୍ଲା କଂଗ୍ରେସ କାର୍ଯ୍ୟକର୍ତା ଆଇନଜୀଵୀ ଚିତ୍ତରଞ୍ଜନ ପ୍ରଧାନ, ଲଷ୍ମଣ ଜେନା, ପ୍ରଫୁଲ୍ଲ ପାଟ୍ଟସାଣି ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଜ୍ୟୋତିରଞ୍ଜନ ଦାଶ, ଜଗବନ୍ଧୁ ନାୟକ, ସୋମନାଥ ସାହୁ ଏବଂ ଆଇନଜୀଵୀ କର୍ନେଲ କୁମାର ମହାପାତ୍ର ପ୍ରମୁଖ ସହଯୋଗ କରିଥିଲେ l ଆଗକୁ ଏଭଳି ସେବା କାର୍ଯ୍ୟକ୍ରମ ଜାରି ରହିବ ବୋଲି ଦଳ ପକ୍ଷରୁ କୁହାଯାଇଛି

Exit mobile version