Site icon Awaj Media

ଉତ୍କଳ ବିକାଶ ପରିଷଦ ପକ୍ଷରୁ କୋଭିଡ଼ ପରିଚାଳନା କତ୍ତୃପକ୍ଷଙ୍କ ନିକଟରେ ବିଭିନ୍ନ ସମସ୍ୟାର ସମାଧାନ ନେଇ ଦାବି ।

Spread the love

କଟକ ( ଆୱାଜ ମିଡ଼ିଆ ) – ପ୍ରିୟବ୍ରତ ପଟ୍ଟନାୟକ : କରୋନା ମହାମାରୀ ପରିଚାଳନା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ ସମସ୍ତ ବ୍ୟବସ୍ଥା କରାଯାଉଥିବା ସମୟରେ କଟକ ସହର ଉପକଣ୍ଠ ବୟାଳିଶ ମୌଜା ବେଣ୍ଟକାର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏହାର ବ୍ୟତିକ୍ରମ ଦେଖାଯାଇଛି । ସୂଚନା ମୁତାବକ ସ୍ୱାସ୍ଥ୍ୟ କେନ୍ଦ୍ର ପାଖରେ ଥିବା ଏକ କୋଠାଘରେ କୋରୋନା ଭୁତାଣୁ ପରୀକ୍ଷା ନମୁନା ସଂଗ୍ରହ ପାଇଁ ପ୍ରତ୍ୟେହ ଶତାଧିକ ରୋଗୀ ନିରାଟ ଖରାରେ ଘଣ୍ଟା ଘଣ୍ଟା କାଳ ଧାଡ଼ିରେ ଠିଆ ହେଉଥିବା ବେଳେ ସେଠାରେ ରୋଗୀଙ୍କ ପାଇଁ ପାନୀୟ ଜଳର ବ୍ୟବସ୍ଥା କିମ୍ବା ଛାମୁଣ୍ଡିଆ ଖଣ୍ଡେ ନାହିଁ .

ଏହି ସମସ୍ୟା ସମ୍ପର୍କରେ ଏବଂ ତାର ସମାଧାନ ଦିଗରେ ସଦର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଅବଗତ କରାଇବା ସହ କୋଭିଡ଼ ପରିଚାଳନା ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ମଧ୍ୟ କଟକର ଅଗ୍ରଣୀ ସାମାଜିକ ସଂଗଠନ “ଉତ୍କଳ ବିକାଶ ପରିଷଦ” ପକ୍ଷରୁ ସମାଜସେବୀ ଅଭିରାମ ଦଳାଇ, ଦୀପକ ଆଚାର୍ଯ୍ୟ, ଅସୀମ ଦାସ, ସଂଭୁ ବୈଠାଳୁ, ଗାନ୍ଧୀଗୁରୁ ଦାସ, ମାନ ଗୋବିନ୍ଦ ପଣ୍ଡା, ଉମାକାନ୍ତ ପୂଜାରୀ ପ୍ରମୁଖ ଉପସ୍ଥିତ ରହି ଆଲୋଚନା କରିଛନ୍ତି । ଏହାପରେ ଏହି ସମସ୍ୟାର ଜରୁରୀ କାଳୀନ ଭିତ୍ତିରେ ସମାଧାନ ନିମନ୍ତେ ପଦକ୍ଷେପ ନେବାକୁ ଦାବି କରା ଯାଉଛି । ଯଦି ଏହାର ସମାଧାନ କରାନଯାଏ ତେବେ ଅଗାମୀ ଦିନରେ ସଂଗଠନ ତରଫରୁ ଗଣଧାରଣା ଦିଆଯିବାକୁ ପରିଷଦ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।

Exit mobile version