Site icon Awaj Media

ଡ୍ରେସର ପ୍ରଫୁଲ କୁମାର ବେହେରାଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା !!!

Spread the love

ଜପତି (ଆୱାଜ଼ ମିଡ଼ିଆ)- ବିବେକାନନ୍ଦ ବେହେରା : ଗଜପତ ଜିଲ୍ଲା ପାରଳାଖେମୁଣ୍ଡି ପୌରପରିଷଦ ଅଧୀନ ରେ ଥିବା ଚିକିତ୍ସାଳୟର ଡ୍ରେସର ପ୍ରଫୁଲ କୁମାର ବେହେରାଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଜଣାଇଲେ ଚିକିତ୍ସାଳୟର ଡାକ୍ତର ଓ କର୍ମଚାରୀ.

ପ୍ରଫୁଲ କୁମାର ବେହେରା 1984 ମସିହା ଠାରୁ ଡ୍ରେସର ଭାବେ ଆରମ୍ଭ କରି ଆଜି ଯାଏଁ ଲୋକଙ୍କ ସେବା କରିଆସୁଥିଲେ. ତାଙ୍କ ସେବା ଦେଖି ସ୍ଥାନୀୟ ଲୋକେ ତାଙ୍କୁ ଛାଡ଼ି ଅଲଗା ମେଡ଼ିକାଲ ଯିବାପାଇଁ ମଙ୍ଗୁନଥିଲେ. ଯେତେବଡ଼ ଦୁର୍ଘଟଣା ହେଲେବି ତାଙ୍କୁ ଠିକ ଭାବେ ନିୟମିତ ଡ୍ରେସିଂ କରି ସୁସ୍ଥ କରିଥାନ୍ତି ପ୍ରଫୁଲ. ଆଜି ତାଙ୍କର ଅବସର ହୋଇଥିବାରୁ କେହିବି ତାଙ୍କୁ ଛାଡିବାକୁ ନାରାଜ . ସରକାରୀ ନିୟମ ଅନୁଯାୟୀ ତାଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି. ଏହି କାର୍ଯ୍ୟକ୍ରମରେ ଡାକ୍ତର ସୁବ୍ରତ ଜମାଦର,କଟେଶ୍ୱର ରାଓ, ଜିତେନ୍ଦ୍ର କରାଡ଼, ମାନସ ପଣ୍ଡା, ଆଦିତ୍ୟ ବେହେରା, ଅମିତ ବେହେରା ସହ ଶ୍ରୀ ବେହେରା ଙ୍କ ସମସ୍ତ ପରିବାରବର୍ଗ ଉପସ୍ଥିତ ଥିଲେ.

Exit mobile version