Site icon Awaj Media

୩ କିମି ପାଦରେ ଚାଲି ଚାଲି ସଚେତନତା କରାଇଲେ ଖୋର୍ଦ୍ଧା ଉପ-ଜିଲ୍ଲାପାଳ !!!

Spread the love

ବୋଲଗଡ଼ ( ଆୱାଜ ମିଡ଼ିଆ ) – ଗଙ୍ଗାଧର ସାହୁ : ଦୀର୍ଘ ୩ କିଲୋମିଟର ପାଦରେ ଚାଲି ଚାଲି କରୋନା ସଚେତନତା କରାଇଲେ ଖୋର୍ଦ୍ଧା ଉପ-ଜିଲ୍ଲାପାଳ ଅଶୋକ କୁମାର ବେହୁରିଆ । ବୋଲଗଡ଼ ବ୍ଲକ୍ ଅଞ୍ଚଳରେ ମହାମାରୀ କରୋନା ଦିନକୁ ଦିନ ବୃଦ୍ଧି ପାଉଥିବା ଦୃଷ୍ଟିରୁ ଉପ ଜିଲ୍ଲାପାଳ ପ୍ରଶାସନିକ ସ୍ଥରରେ ଏକ ଜରୁରୀ କାଳୀନ ବୈଠକ ଡ଼କାଇଥିଲେ । ଏହି ବୈଠକ ରେ ସ୍ଥାନୀୟ ବିଡିଓ ଧୋବେଇ ନାୟକ, ତହସିଲଦାର ହିମେନ୍ଦ୍ର ନାରାୟଣ ମହାନ୍ତି , ବାଙ୍କୋଇ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ଦୁର୍ଗା ପ୍ରସାଦ ଜେନା ,ଥାନା ଅଧିକାରୀ ବିଦିତା ନାୟକ , ସିଡ଼ିପିଓ, ଓ ପ୍ରତ୍ୟେକ ପଞ୍ଚାୟତର ସରପଞ୍ଚ ,କୃଷକ ସଭାପତି ଆର୍ତବନ୍ଧୁ ପ୍ରଧାନ ଏବଂ ଏସ ଏଚ ଜି ମାନଙ୍କ ମୁଖ୍ୟଙ୍କ ସମେତ କୋଭିଡ ଦାୟିତ୍ୱରେ ଥିବା ବହୁ ଅଧିକାରୀ ଯୋଗ ଦେଇଥିଲେ । ବୈଠକରେ ଉପ ଜିଲ୍ଲାପାଳ ଶ୍ରୀ ବେହୂରିଆ କଟକଣା ପାଳନ ଉପରେ ଗୁରୁତ୍ଵ ଦେଇଥିଲେ , ଅଞ୍ଚଳରୁ କିପରି ଦ୍ଵିତୀୟ ଲହର କରୋନାକୁ ପ୍ରତିହତ କରାଯିବ ଓ ସମ୍ପୂର୍ଣ ମୁକ୍ତ କରାଯିବ ସେ ନେଇ ଆଲୋକପାତ କରାଇଥିଲେ । କାର୍ଯ୍ୟକ୍ରମ ପରିଶେଷରେ ସଚେତନତାର ଆବଶ୍ୟକତା ରହିଛି ଆହ୍ବାନ ଦେଇଥିଲେ । ଏପରିକି ନିଜେ ପାଦରେ ଚାଲି ବୋଲଗଡ଼ ବଜାର ବୁଲି ସଚେତନ କରିବା ସହିତ ଚୂଡା ଗ୍ରାମ ପର୍ଯ୍ୟନ୍ତ ଦୀର୍ଘ ୩ କିଲୋମିଟର ସାଧାରଣ ଲୋକମାନଙ୍କୁ ମାସ୍କ ବଣ୍ଟନ କରାଇ ସଚେତନ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ସମସ୍ତ ପ୍ରଶାସନିକ ଅଧିକାରୀ ଉପ ଜିଲ୍ଲାପାଳଙ୍କ ସହିତ ସହଯୋଗ କରିଥିଲେ ।

Exit mobile version