Site icon Awaj Media

ଗଜପତି ଜିଲ୍ଲାରେ କୃଷି ବିଭାଗ ପକ୍ଷରୁ ରିହାତି ଦରରେ ଚାଷୀଙ୍କୁ ଧାନ ବିହନ ଯୋଗାଣ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲାରେ ଚଳିତ ବର୍ଷ 7 ଟି ବ୍ଳକରେ କୃଷି ବିଭାଗ ପକ୍ଷରୁ ରିହାତି ଦରରେ ଚାଷୀଙ୍କୁ ଧାନ ବିହନ ଯୋଗାଇ ଦିଆଯାଇଛି । ଚଳିତ ବର୍ଷ ସମବାୟ ସମିତି, ଲେମ୍ପସ ପ୍ୟାକ, ପ୍ରାଇଭେଟ ଡିଲର ମାଧ୍ୟମରେ ପଞ୍ଜିକୃତ ଚାଷୀଙ୍କୁ ବିଭିନ୍ନ କିସମର ଧାନ ପ୍ରଦାନ କରାଯାଉଛି । ଏମ୍ ଟି ୟୁ 1001,ଏମ୍ ଟି ୟୁ 1061,ଏମ୍ ଟି ୟୁ 1064 ,ଏମ୍ ଟି ୟୁ 1075, ପୂଜା,ଏମ୍ ଟି ୟୁ1010, ସ୍ୱର୍ଣ୍ଣ, ଆର୍ଜିଲ, 7029, ହସନ୍ତ ଏମ୍ ଟି ୟୁ, 1153,ଏମ୍ ଟି ୟୁ, 1156 ପ୍ରାମାଣିକ ବିହନ ଯୋଗାଇ ଦିଆଯାଉଛି । ଜିଲ୍ଲା ରେ 60,000 ଚାଷୀ ପଞ୍ଜିକୃତ ହୋଇ ଥିବାର ବିଭାଗ ପକ୍ଷରୁ ଜଣା ପଡ଼ିଛି ।

ଚଳିତ ବର୍ଷ 8 ହଜାର ଦୁଇ ଶହ 94 କ୍ୟୁଣ୍ଟାଲ ଧାନ ବିହନ ମହଜୁଦ ଥିବା ବେଳେ 3 ହଜାର 8ଶହ 35 କ୍ୟୁଣ୍ଟାଲ ପ୍ରାଇଭେଟ ଡିଲର ଜରିଆରେ 7 ଟି ବ୍ଳକରେ ଧାନ ବିହନ ଉଠାଣ ହୋଇଛି ଆଉ 4353 କ୍ୟୁଣ୍ଟାଲ ମହଜୁଦ ରହିଛି । ଧାନ ବିହନ 10 ବର୍ଷ ରୁ କମ ଅବଧି ବିହନ 390 ଟଙ୍କା ଥିବା ବେଳେ ଦଶ ବର୍ଷ ରୁ ଅଧିକ ମିଆଦୀ ଧାନ 456 ଟଙ୍କା ସରକାର ଧାନ ବିହନ ମୂଲ୍ୟ ଧାର୍ଯ୍ୟ କରିଥିବାର ଜଣା ପଡ଼ିଛି । ବିଶେଷ କରି ଜିଲ୍ଲାର ଗୋଶାଣି ଓ କାଶୀନଗର ବ୍ଳକରେ ଅଧିକ ଧାନ ଚାଷ ହୋଇଥାଏ ।

Exit mobile version