Site icon Awaj Media

ମେଲା ମୁକୁଳା ପଡିଛି ଟ୍ରାନ୍ସଫର୍ମର ..

Spread the love

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ ନାୟକ : ଦୁଲଣାପୁର ତାଳବସ୍ତ ମୁଖ୍ୟ ରାସ୍ତା କଡର ଅରପୁର ଗ୍ରାମରେ ଥିବା ଉଚ୍ଚବିଦ୍ୟୁତ ସମ୍ପନ୍ନ ଟ୍ରାନ୍ସଫର୍ମର ବହୁ ବର୍ଷ ହେବ ମୁକୁଳା ପଡିଛି । ସ୍ଥାନୀୟ ଗ୍ରାମବାସୀ ବହୁଥର ଜାତମୁଣ୍ତିଆରେ ଥିବା ମୁଖ୍ୟ ବିଦ୍ୟୁତ୍ ଯନ୍ତ୍ରୀଂକୁ ଜଣେଇଥିଲେ ମଧ୍ୟ ତାହାକୁ କର୍ଣ୍ଣପାତ କରୁନାହାନ୍ତି । ଟ୍ରାନ୍ସଫର୍ମର ଚୁତୁଃପାର୍ଶ୍ବ ବାଡ ନଥିବାରୁ ଚାରିପଟେ ଅନାବନା ତୃଣ ଜାତୀୟ ଗଛ ହୋଇଗଲାଣି ।ଯାହାଫଳରେ ଗାଈ ଗୋଠ ତାହା ମଧ୍ୟକୁ ଅବାଧ ପ୍ରବେଶ କରି ବିଦ୍ୟୁତ କରେଣ୍ଟ୍ ରେ ମରୁଛନ୍ତି । ଏହା ରାସ୍ତା ସଂଲଗ୍ନ ହୋଇଥିବାରୁ ବହୁ ସମୟ ଦୁଇଚକିଆ ଚାରିଚକିଆ ଗାଡିରେ ଦୁର୍ଘଟଣା ଘଟି ଏହି ସ୍ଥାନରେ ଟ୍ରାନ୍ସଫର୍ମର ଖୋଲା ତାରରେ ଆହାତ ବ୍ୟକ୍ତିମାନେ ବିଦ୍ୟୁତ ସକ୍ ପାଇଥାନ୍ତି.। ତେଣୁ ବିଦ୍ୟୁତ୍ ବିଭାଗର ଉଚ୍ଚ କର୍ତ୍ତୃପକ୍ଷ ଏଥି ପ୍ରତି ଦୃଷ୍ଟି ଦେଇ ତାହାର ଚତୁଃପାର୍ଶ୍ବକୁ ସିମେଣ୍ଟ ଖୁଣ୍ଟ ଏବଂ ତାରବାଡି କରିବାକୁ ଅରପୁର ଗ୍ରାମବାସୀଂକ ତରଫରୁ ଦାବୀ କରଯାଇଛି ।

Exit mobile version