Site icon Awaj Media

ୟୋର୍ସ ହୋପ ଫାଉଣ୍ଡେସନ ଏବଂ ନବ ନିର୍ମାଣ କୃଷକ ସଙ୍ଗଠନ ମିଳିତ ସହଯୋଗରେ ରକ୍ତଦାନ ଶିବିର ଆୟୋଜନ !!!

Spread the love

ବେଗୁନିଆ ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ସାମାଜିକ ସଂଗଠନ ପ୍ରୟାସରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ . ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଅନ୍ତର୍ଗତ ଗେଡ଼ିଆପଲ୍ଲୀ ପଞ୍ଚାୟତ ଗୌଡ଼ ନୂଆଗାଁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ନବ ନିର୍ମାଣ କୃଷକ ସଙ୍ଗଠନ ଏବଂ ୟୋର୍ସ ହୋପ ଫାଉଣ୍ଡେସନ ର ମିଳିତ ସହଯୋଗରେ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା । ଆୟୋଜିତ ଶିବିରରେ ମୋଟ ୨୦ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ସାମ୍ବାଦିକ ଯୋଗେଶ୍ୱର ପଣ୍ଡା ପରିଚାଳନା କରିଥିବା ବେଳେ ବ୍ଳକର ସହ ସଂଯୋଜକ କାହ୍ନୁ ଚରଣ ବେହେରା ସହଯୋଗ କରିଥିଲେ । ଏଥିରେ ଖୋର୍ଦ୍ଧା ଓଡିଶା ରକ୍ତଭଣ୍ଡାର ଅଧିକାରୀ ସୌରଭ ରାୟ, ଲାଵ ଟେକ୍ନିଆନ ଅରୁଣ କୁମାର ସାହୁ, ଝୁନୁଲତା ସାହୁ, ସହାୟିକା ଅମିତା ନାୟକ ଓ ସ୍ଥାନୀୟ ଚିକିତ୍ସାଳୟର ଫାର୍ମାସିଷ୍ଟ ବିଭୁଦତ୍ତ ଛୋଟରାୟ ରହି ସହଯୋଗ କରିଥିଲେ । ସ୍ଥାନୀୟ ପଞ୍ଚାୟତର ବିଜେଡି ସଭାନେତ୍ରୀ ସୌଦାମିନି ମହାପାତ୍ର ରକ୍ତଦାନ କରିବା ସହ ସଂପ୍ରତି କୋଭିଡ ମହାମାରୀ ଦେଶରେ ଭୟଙ୍କର ଭାବରେ ବ୍ୟାପୁଥିବା ସମୟରେ ଉତ୍ସାହୀ ସାମାଜିକ କର୍ମୀମାନେ ରକ୍ତଦାନ ଶିବିର ଆୟୋଜନ କରି ରକ୍ତଦାନ କରିଥିବାରୁ ପ୍ରଶଂସା କରିଥିଲେ ।

Exit mobile version