Site icon Awaj Media

ସ୍ୱାସ୍ଥ୍ୟର ଯତ୍ନ ସମ୍ପର୍କରେ ଅନଲାଇନ ଆଲୋଚନା ଚକ୍ର !!!

Spread the love

କଟକ ( ଆୱାଜ ମିଡ଼ିଆ ) – ପ୍ରିୟବ୍ରତ ପଟ୍ଟନାୟକ : କଟକ ଜିଲ୍ଲାର ଅଗ୍ରଣୀ ସାମାଜିକ ସଂଗଠନ ‘ଉତ୍କଳ ବିକାଶ ପରିଷଦ’ ଆନୁକୂଲ୍ୟରେ କରୋନା ସମୟରେ ନିଜ ସ୍ୱାସ୍ଥ୍ୟର ଯତ୍ନ ସମ୍ପର୍କରେ ଅନଲାଇନ ଆଲୋଚନା ଚକ୍ର ନୂଆଦିଲ୍ଲୀ ସ୍ଥିତ ଏଆଇଆଇଏମଏସର ଗବେଷକ ଓଡ଼ିଶା ଏନଏଚଏମ ଫିଜିଓଥେରାପି ବିଭାଗ ମୁଖ୍ୟ ଡାକ୍ତର ପ୍ରିୟବ୍ରତ କାଳିକିଙ୍କର ଓଝାଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି . କରୋନା ରୋଗର ଲକ୍ଷଣ, ସୁରକ୍ଷିତ ରହିବାର ନିୟମାବଳୀ, ଉପଯୁକ୍ତ ଖାଦ୍ୟପେୟ, ସତର୍କତା, ବ୍ୟାୟାମ, କରାଣୀୟ ଅକରଣୀୟ, କରୋନା ସଚେତନତା, କରୋନା ସମୟରେ ରୋଗୀ ସେଵା, ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଆଲୋଚନା ଚକ୍ରକୁ ପରିଷଦର ସଭାପତି ଯୁବ ସମାଜସେବୀ ଇଂ.ପ୍ରକାଶ ଚନ୍ଦ୍ର ସେଠୀ ଉଦଘାଟନ କରିଥିବା ବେଳେ କାର୍ଯ୍ୟକର୍ତ୍ତା ଅଶୋକ ସାହୁ, ଦେବୀ ପ୍ରସାଦ ପତି, ସଂଜୟ ସାହୁ, ଅକ୍ଷୟ ଦାସ, ସଂଜୟ ସେଠୀ, ଅଭିରାମ ଦଳେଇ, ପର୍ଶୁରାମ ବେହେରା, ସଂଭୁ ବୈଠାଳୁ, ମାନଗୋବିନ୍ଦ ପଣ୍ଡା, ସୁରେଶ ବେହେରା, ଅସିମ୍ ଦାସ , ବିରଜାଭୁସଣ ପତି, ଅନିଲ୍ ମହାପାତ୍ର, ବିଜୟ ସ୍ୱାଈଁ, ପ୍ରଭଞ୍ଜନ ମହାପାତ୍ର ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

Exit mobile version