Site icon Awaj Media

ଲୋକଙ୍କୁ ନୟାନ୍ତ କଲାଣି ଭାଲୁ : ଆଖି ପିଛୁଳାକେ ଘରୁ ମୋବାଇଲ ହେଉଛି ଗାଏବ !

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ଼ ସହରରେ ପୁଣି ଭାଲୁ ଆତଙ୍କ । ଘରୁ ଆଖି ପିଛୁଳାକେ ମୋବାଇଲ , ଗ୍ୟାସ ଟାଙ୍କି , ଲ୍ୟାପଟପ ହେଇଯାଉଛି ଗାଏବ . ତେବେ ଅଭିଯୋଗକରୀ ଙ୍କ ବଦଳରେ ଅଭିଯୁକ୍ତ ଙ୍କୁ ସାହାଯ୍ୟ କରୁଛି ପୁଲିସ . ମହିଳା ନିଶା ବେପାରୀଙ୍କ ପ୍ରେମ ନିଶାରେ ମତୁଆଲା ହୋଇ ଅଭିଯୁକ୍ତକୁ ଘଣ୍ଟ ଘୋଡ଼ାଉଥିବା ସମ୍ପୃକ୍ତ ଅଧିକାରୀଙ୍କ କାରନାମା ନେଇ ପୁରୁଣା ନୟାଗଡ ଅଞ୍ଚଳରେ ଜୋର ଧରିଛି ଚର୍ଚ୍ଚା . ଲୋକଙ୍କ ମନରେ ଗୋଟିଏ ପ୍ରଶ୍ନ , ଚୋରକୁ ସହାନୁଭୂତି ଦେଖାଉଥିବା ସେହି ଅଫିସର ଜଣକ କିଏ ?? ଏପରିକି ଭାଲୁ କୁ ପ୍ରମାଣ ସହ ଲୋକେ ଧରିଲେ ମଧ୍ୟ ପୁଲିସ ତାକୁ ଗିରଫ କରୁନାହିଁ . ସିଧା ସଳଖ ଅଭିଯୋଗ କଲେ ମଧ୍ୟ ତା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ କାହିଁକି । ଅଭିଯୋଗ ହେଉଛି ଯେ , ତା ପରିବାର ସହିତ ସମ୍ପର୍କ ରଖିଥିବା ଜଣେ ପୁଲିସ କର୍ମଚାରୀ ଭାଲୁ କୁ ଅନୈତିକ ସମର୍ଥନ ଦେଉଛନ୍ତି । ଅନ୍ୟ ପକ୍ଷରେ ଦିନ କୁ ଦିନ ବଢ଼ିବାରେ ଲାଗିଛି ଭାଲୁର କଳା କାରନାମା . ଭାଲୁ ଉତ୍ପାତରେ ଅତିଷ୍ଠ ଲୋକେ ଏସପି ମହୋଦୟଙ୍କୁ ଅଭିଯୋଗ କରିବା ସହ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ମଧ୍ୟ ଅଭିଯୋଗ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଘର କବାଟ ଖୋଲି ଦିନରାତି ଖୋଲାରେ ରହୁଥିବା ନୟାଗଡ଼ ପୁରୁଣା ସହର ବାସିନ୍ଦାଙ୍କ ମନରେ ଏବେ ଗୋଟିଏ ଭୟ , ଭାଲୁ ଘରେ ପଶି ଯିବାକି ?? ସୂଚନା ଅନୁସାରେ ଭାଲୁ ଭୁବନେଶ୍ୱର ବମିଖାଲ ଅଞ୍ଚଳରେ ରେ ବହୁ ଆତଙ୍କ ସୃଷ୍ଟି କରିବା ପରେ ନୟାଗଡ଼ ପୁରୁଣା ସହରର କରଣସାହି ରେ ରହୁଛି । ଘରୁ ଘରୁ ଗ୍ୟାସ ଟାଙ୍କି, ଦୁଆରେ ରଖା ଯାଇଥିବା ମଟର ସାଇକେଲ ପାର୍ଟସ , ପେଟ୍ରୋଲ , ଲ୍ୟାପଟପ୍ ଚୋରୀ ,ଏସି ଗ୍ୟସ ଲିକ ଆଦି ଏହାର କାମ । ଭାଲୁ ନାମରେ ସାକ୍ଷୀ ପ୍ରମାଣ ଥାଇ ଅଭିଯୋଗ କଲେ ମଧ୍ୟ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯାଉନାହିଁ । ଥାନା କୁ ଯିବ ଘଣ୍ଟାଟିଏ ବସିବ, ତା ପରେ ବାହରକୁ ଆସିବ । ଏହାର ପଛରେ କାରଣ କ’ଣ । ସାମ୍ବାଦିକ ଙ୍କ ଘରୁ ଲ୍ୟାପଟପ୍ ଚୋରି ଅଭିଯୋଗ ହେବାର କିଛି ଦିନ ପରେ ସ୍ଥାନୀୟ ଅଞ୍ଚଳର ଅକ୍ଷୟ ଜେନା ଙ୍କ ଘରେ ପଶି ତିନୋଟି ମୋବାଇଲ ଚୋରି ଖରି ନେଇଛି ଭାଲୁ । ଅଭିଯୋଗ କରିବା ପରେ ମଧ୍ୟ ଟାଉନଥାନା ପୋଲିସ ଚୁପ୍ । କିନ୍ତୁ ମୋବାଇଲ ଚୋରି ହୋଇଥିବା ଅଭିଯୋଗ କରିଥିବା ବ୍ୟକ୍ତି ଙ୍କ ସମ୍ପର୍କରେ ବୁଝିବା ପରିବର୍ତ୍ତେ ପୋଲିସ ଆସି ଧମକାଉଛି ଅଭିଯୋଗକାରୀଙ୍କୁ । ଏପରିକି ଭାଲୁ ର ସ୍ତ୍ରୀ ସ୍ଥାନୀୟ ଲୋକମାନଙ୍କ ନାମରେ ମିଥ୍ୟା ଅଭିଯୋଗ କରିବାପରେ ପୋଲିସ ର କାର୍ଯ୍ୟାନୁଷ୍ଠାନ ପନ୍ଥା ବଦଳି ଯାଉଛି । ଅଭିଯୁକ୍ତ ଙ୍କୁ ନରମ କଥା କହି ଅଭିଯୋଗକାରୀଙ୍କ ଗରମ ଦେଖାଉଛି ପୁଲିସ । ଏହା ପଛର କାରଣ କଣ , ଖୁବ ଶୀଘ୍ର ତଥ୍ୟ ପ୍ରମାଣ ସହିତ ଆମେ କରିବୁ ଖୁଲାସା !!!

Exit mobile version