Site icon Awaj Media

ଗଜପତି ଜିଲ୍ଲା ସାମ୍ୱାଦିକ ସଙ୍ଘ ପକ୍ଷରୁ ତେଲୁଗୁ ଖବରକାଗଜ ଇନାଡୁ ପ୍ରତିନିଧି କେ.କୃଷ୍ଣ ପ୍ରସାଦ ରାଓ ଙ୍କ ବିୟୋଗରେ ଶୋକସଭା ଆୟୋଜିତ !

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ୍ ତେଲୁଗୁ ଖବରକାଗଜ ଇନାଡୁ ପ୍ରତିନିଧି କେ.କୃଷ୍ଣ ପ୍ରସାଦ ରାଓଙ୍କ ଗତ ଜୁନ ୫ ତାରିଖ ରେ ପରଲୋକ ହୋଇଥିଲା । ଗତ ମେ ୧୮ ତାରିଖରୁ ସେ ସାମାନ୍ୟ ଅସୁସ୍ଥ ଅନୁଭବ କରିବାରୁ ପ୍ରଥମେ ତାଙ୍କୁ ସଦର ମହକୁମା ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଲୟରେ ଭର୍ତ୍ତି କରାଯାଇଥିଲା । ପରେ ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ନ ହେବାରୁ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରବର୍ତ୍ତୀ ସମୟରେ ଅଧିକ ଗୁରୁତର ହେବାରୁ ଅଶ୍ୱିନୀ କୋଭିଡ ହସ୍ପିଟାଲ ଏବଂ ଆନ୍ଧ୍ର ବିଶାଖାପାଟନମର ଏକ ଘରୋଇ ହସ୍ପିଟାଲ୍ କୁ ସ୍ଥାନାନ୍ତର କରାଯାଇଥିଲା । ମାତ୍ର ଦୁର୍ଭାଗ୍ୟବଶତଃ ଜୀବନ ସହ ଲଢେଇ କରି ଗତ ଜୁନ ୫ ତାରିଖ ରେ ଶେଷ ନିଶ୍ଵାସ ତ୍ୟାଗ କରିଥିଲେ । ତାଙ୍କ ବିୟୋଗରେ ସାମ୍ବାଦିକ ଜଗତ ତଥା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଆଜି ତାଙ୍କ ବିୟୋଗରେ ଗଜପତି ଜିଲ୍ଲା ସାମ୍ୱାଦିକ ସଙ୍ଘ ପକ୍ଷରୁ ସ୍ଥାନୀୟ ପାରଳାଖେମୁଣ୍ଡି ନଗର ଭବନ ପରିସରରେ ଏକ ଶୋକସଭା ଆୟୋଜିତ ହୋଇଯାଇଛି, ପ୍ରସାଦ ଜଣେ ଶାନ୍ତ ସରଳ ବନ୍ଧୁବତ୍ସଳ ବ୍ୟକ୍ତିତ୍ଵ ଥିବା ଯୋଗୁଁ ଆଜି ତାଙ୍କ ସହକର୍ମୀ ସାମ୍ୱାଦିକ ମାନେ ସ୍ମୁତିଚାରଣ କରିଥିଲେ, ଏହି କାର୍ଯ୍ୟକ୍ରମରେ ବସନ୍ତ ପଣ୍ଡା, ଅମିତ୍ ପଟ୍ଟନାୟକ, ବିବେକାନନ୍ଦ ବେହେରା, ବାସୁଦେବ ଦାସ, ପି. ଅନିଲ, ଗିରିଧାରୀ ପରିଛା, ହରିହର ପଟ୍ଟନାୟକ, ସିତାନାଥ ପଣ୍ଡା, ସୁଜିତ ବିଷୋୟୀ, ଶ୍ରୀକାନ୍ତ ମହାରଣା, ଏସ.ଋଷି, ଏମ. ଶେଖର, ଆଦର୍ଶ ଦାସ, ଶ୍ୟାମ ପ୍ରମୁଖ ଯୋଗ ଦେଇ ସ୍ଵର୍ଗତ ପ୍ରାସାଦ ଙ୍କ ଫଟୋ ଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରି ଅମର ଆତ୍ମା ର ସଦଗତି କାମନା କରିଥିଲେ ।

Exit mobile version