Site icon Awaj Media

ସୁକିନ୍ଦା ଓଳିଆ ଗ୍ରାମରେ ଅଭାବନୀୟ ଘଟଣା : କୂଅରେ ପଡି ଦେଢ଼ ବର୍ଷର ଶିଶୁ ମୃତ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : କୂଅରେ ପଡି ଦେଢ଼ ବର୍ଷର ଶିଶୁ ମୃତ . ଏପରି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ ଓଳିଆ ଗ୍ରାମରେ , ସୂଚନା ଅନୁସାରେ ଯାଜପୁର ଜିଲ୍ଲା କବିତ୍ରା ଗ୍ରାମର ଦିଲ୍ଲୀପ ପରିଡାଙ୍କ ଦେଢ଼ବର୍ଷର ପୁଅ ରିଙ୍କୁନ ପରିଡା ନିଜ ମା ‘ ଙ୍କ ସହିତ ମାମୁଁ ଘରକୁ ବୁଲିବାକୁ ଯାଇଥିଲା . ସ୍ଥାନୀୟ ପିଲା ମାନଙ୍କ ସହିତ ଖେଳିବା ସମୟ ରେ ମାମୁଁ ଘର ନିକଟ ରେ ଥିବା କୂଅରେ ପଡି ଯାଇଥିଲା . ସାଙ୍ଗେ ସାଙ୍ଗେ ପରିବାର ଲୋକଙ୍କ ଦ୍ଵାରା ଉଦ୍ଧାର କରାଯାଇ ସୁକିନ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣା ଯାଇଥିବା ବେଳେ ସୁକିନ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଶିଶୁଟିକୁ ମୃତ ବୋଲି ଘୋଷଣା କରିଥିଲେ, ଘଟଣାକୁ ନେଇ ଓଳିଆ ଗ୍ରାମରେ ଶୋକର ଛାୟା ଖେଳି ଯାଇଛି .

Exit mobile version