Site icon Awaj Media

ସମୂହ ଇସ୍ତଫା ଦେଲେ : ପ୍ରାପ୍ୟ ଦାବିରେ ଧାରଣାରେ ବସିଲେ ୭ ଜଣ ସିଆରସିସି !!!

Spread the love

ମୟୁରଭଞ୍ଜ ( ଆୱାଜ ମିଡ଼ିଆ ) – ଚନ୍ଦନ କୁମାର ଦାସ : ପ୍ରାପ୍ୟ ଦାବିରେ ଧାରଣାରେ ବସିଲେ ସିଆରସିସି . ବର୍ତମାନର କରୋନା ମହାମାରୀକୁ ନେଇ ସବୁ ମହଲରେ ଲାଗି ରହିଛି ଆର୍ଥିକ ଦୁରାବସ୍ଥା ! ଏଭଳି ସ୍ଥିତିରେ ଉପରିସ୍ଥ ଅଧିକାରୀଙ୍କ କାର୍ଯ୍ୟନୁଷ୍ଠାନର ପ୍ରତିବାଦ କରି ଧାରଣା ରେ ବସିଲେ 7 ଜଣ ସିଆରସିସି ! ନ୍ୟାୟ ପ୍ରଦାନ ଦାବି କରିବା ସହିତ ପକ୍ଷପାତିତା ନୀତି କୁ ବିରୋଧ କରି ଏକ କାଳୀନ 7ଜଣ ସିଆରସିସି ନିଜ ପଦରୁ ଇସ୍ତଫା ଦେଇଛନ୍ତି ! ଏଭଳି ଘଟଣା ସାମ୍ନାକୁ ଆସିଛି ମୟୁରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକ ଶିକ୍ଷା ଅଧିକାରୀଙ୍କ କାଯ୍ୟଳୟରୁ ! ଏଠାରେ ଥିବା ଶିକ୍ଷା ଅଧିକାରୀଙ୍କ ଅଧୀନରେ 13 କ୍ଲଷ୍ଟର ରେ 13 ଜଣ ସିଆରସିସି କାମ କରୁଛନ୍ତି ! ଏ ଫଟିଏ ଓ କଣ୍ଟିଜେନ୍ସି ବାବଦକୁ ସମସ୍ତ ସିଆରସିସିଙ୍କ ପାଇଁ ଆସିଥିବା ଅର୍ଥ ସମାନ ଭାବରେ ପ୍ରଦାନ କରାଯିବ ନିୟମ ଥିବା ବେଳେ 6ଜଣକୁ ପକ୍ଷପାତିତା କରି ଅର୍ଥ ଦିଆଯାଇଛି ! ଅନ୍ୟ 7ଜଣ ଙ୍କ ଅର୍ଥ ବନ୍ଦ ରଖିଥିବା ଧାରଣାରେ ବସିଥିବା ସିଆରସିସି ଅଭିଯୋଗ କରିଛନ୍ତି ! ଏ ଫଟିଏଓ କଣ୍ଟିଜେନ୍ସି ଟଙ୍କା ପାଇଥିବା ସିଆରସିସି ଆବଶ୍ୟକ କାଗଜ ପତ୍ର ଦେଇନ ଥିବା ବେଳେ ବିଇଓଙ୍କ ଦ୍ୱାରା ସିଆରସିସି ଧାରକରଜ କରି ନିର୍ଦେଶ ମୁତାବକ ଉପକରଣ କିଣି ସେ ବାବଦକୁ ଭାଉଚର ଜମା ଦେଇଥିଲେ ମଧ୍ୟ୍ୟ ଫାଇଲ ପାସ ନକରି ଅଟକ ରଖିଥିଲେ ! ଅନ୍ୟ 6ଜଣା ଟଙ୍କା ପାଇଯାଇଥିବା ଖବର ପାଇଁ ଅଭିଯୋଗକାରି 7ଜଣ ବିଇଓଙ୍କୁ ତାଙ୍କ କାର୍ଯ୍ୟଳୟରେ ଭେଟିଥିଲେ ! ଆଲୋଚନା ସମୟରେ ବିଇଓ ରାଜେଶ କୁମାର ପ୍ରଧାନ 5ହଜାର ଟଙ୍କା ଲେଖାଏ ଦେବାକୁ ଦାବି କରିଥିଲେ ! ହେଲେ ସିଆରସିସି ଅରାଜି ହେବାରୁ ଦୃବେବହାର ପ୍ରଦଶନ କରି ଗେଟ ଆଉଟ କହି ଅଫିସରୁ ବାହାର କରିଦେଇଥିଲେ ! 7ଜଣାଏକ କାଳୀନ ଇସ୍ତଫା ଦେବା କଥା ଶୁଣି ବିଇଓଙ୍କୁ ଯୋଗାଯୋଗ କଲେ ମଧ୍ୟ ସେ ଫୋନ ଉଠାଇନ ଥିଲେ ! ତେଣୁ ତାଙ୍କ ବିରୁଦ୍ଧରେ ଦୃଢ କାର୍ଯାନୁଷ୍ଠାନ ଗ୍ରହଣ କରିବାସହିତ ଉପେକ୍ଷତ ସିଆରସିସିଙ୍କୁ ତାଙ୍କ ପ୍ରାପ୍ୟ ପ୍ରଦାନ ପାଇଁ ଦାବି କରିଛନ୍ତି !

Exit mobile version