Site icon Awaj Media

ଓଡ଼ଗାଁ ବ୍ଲକ କଂଗ୍ରେସ ପକ୍ଷରୁ ବିକ୍ଷୋଭ ଏବଂ ଧାରଣା !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ଅହେତୁକ ତେଲ ଦର ବୃଦ୍ଧି ପ୍ରତିବାଦରେ ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ କଂଗ୍ରେସ ପକ୍ଷରୁ ବିକ୍ଷୋଭ ଏବଂ ଧାରଣା ଦିଆଯାଇଥିଲା । ବ୍ଲକ ସଭାପତି ପୂର୍ଣ୍ଣଚନ୍ଦ୍ର ନାୟକଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀମାନେ ଏକତ୍ରିତ ହୋଇ ସ୍ଥାନୀୟ ରାଧାକୃଷ୍ଣ ପେଟ୍ରୋଲ ପମ୍ପ ନିକଟରେ ଦୀର୍ଘ ଦୁଇ ଘଣ୍ଟା ଧରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଛାତ୍ର କଂଗ୍ରେସ ଜ୍ୟୋତି ରଞ୍ଜନ ଦାସ, ଆଇନଜୀବି ବିଭୁତି କୁମାର ରାଉତ, ରାଧାକାନ୍ତ ମହାପାତ୍ର, ଦେବରାଜ ପାଢୀ, ଗିରିଜା ମହାନ୍ତି, ନିରଞ୍ଜନ ରାଉତ, ସୋମନାଥ ସାହୁ, ସୁରେଶ କୁମାର ମାଝୀ, ସନ୍ତୋଷ କୁମାର ମିଶ୍ର, ସତ୍ୟଜିତ ପ୍ରଧାନ ଏବଂ ରାଜ ମଳିକ ପ୍ରମୁଖ ଯୋଗ ଦେଇଥିଲେ ।

Exit mobile version