Site icon Awaj Media

କନ୍ଧମାଳର ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ : ସଦର ମହକୁମାରେ ରହି ସତର୍କ ଦୃଷ୍ଟି ରଖିବାକୁ କନ୍ଧମାଳ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ !!!

Spread the love

କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ଚଳିତ ମାସ ୧୦ ରୁ ୧୪ ଯାଏ ପାଣିପାଗ ନିର୍ଦ୍ଦେଶକଙ୍କ ସୁଚନା ଅନୁଯାୟୀ କନ୍ଧମାଳ ଜିଲ୍ଲାରେ ପ୍ରବଳ ରୁ ଅତି ପ୍ରବଳ ମାତ୍ରାରେ ବର୍ଷା ପବନ ସହ ବଜ୍ରପାତ ଆଶଙ୍କା ଥିବା ରୁ ୧୪ ତାରିଖ ପର୍ଯ୍ୟନ୍ତ କନ୍ଧମାଳ ଜିଲ୍ଲାର ସମସ୍ତ ଉପ-ଜିଲ୍ଲାପାଳ, ତହସିଲଦାର, ବିଡିଓ, ସିଡିପିଓ ଙ୍କ ସମେତ ସମସ୍ତ ଉଚ୍ଚ ପଦାଧିକାରୀଙ୍କ ଛୁଟି ବାତିଲ କରିଛନ୍ତି ଜିଲ୍ଲାପାଳ । ସମସ୍ତେ ନିଜ ନିଜ ନିଜର ସଦର ମହକୁମାରେ ଉପସ୍ଥିତ ରହି ବର୍ଷା ଓ କ୍ଷୟ କ୍ଷତି ଉପରେ ସତର୍କ ଦୃଷ୍ଟି ରଖିବାକୁ କନ୍ଧମାଳ ଜିଲ୍ଲାପାଳ ଡା. ବୃନ୍ଦା ଡି. ନିର୍ଦ୍ଦେଶ ଦେଇଛନ୍ତି । ଏହି ନିର୍ଦ୍ଦେଶକୁ ଅବମାନନା କଲେ ସଂପୃକ୍ତ କର୍ମଚାରୀଙ୍କ ବିରୁଦ୍ଧରେ ଆବଶ୍ୟକ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିର୍ଦ୍ଦେଶ ରହିଛି । ଏନେଇ କନ୍ଧମାଳ ଜିଲ୍ଲାପାଳ ଚିଠି ନଂ.୨୧୪ / ୧୦/ ୦୬/୨୧ ରେ ଜାରି କରିଥିବା ଜଣାପଡିଛି । ସମ୍ଭାବ୍ୟ ବର୍ଷା, ଓ ବନ୍ୟାକୁ ଦୃଷ୍ଟିରେ ରଖି କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ଆଗୁଆ ପଦକ୍ଷେପ ମାନ ଗ୍ରହଣ କରାଯାଇଥିବା ବିଷୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡିଛି ।

Exit mobile version