Site icon Awaj Media

ପୂର୍ବତନ ବାଙ୍କୀ ବିଧାୟକଙ୍କ ଆଶୁ ଆରୋଗ୍ୟ କାମନା କରି ପୂଜାର୍ଚ୍ଚନା !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀର ପୂର୍ବତନ ବିଧାୟକ ଡଃ ଦେବାଶିଷ ପଟ୍ଟନାୟକ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବାରୁ ତାଙ୍କର ଆଶୁ ଆରୋଗ୍ୟ କାମନା କଲେ ବାଙ୍କୀର କଂଗ୍ରେସ କର୍ମୀ । ମା ଚର୍ଚ୍ଚିକା ଙ୍କ ନିକଟରେ କରିଛନ୍ତି ସମୂହ ଦୀପଦାନ । ଯୁବନେତା ନିଳମଣୀ ମହାପାତ୍ର ଙ୍କ ନେତୃତ୍ୱରେ ବାଙ୍କୀ ର ଦଳୀୟ କର୍ମୀମାନେ ଏହି ଦୀପଦାନ କାର୍ଯ୍ୟକ୍ରମ ରେ ସାମିଲ ହୋଇ ମା’ଙ୍କ ନିକଟରେ ଆରୋଗ୍ୟ କାମନା କରି ପ୍ରାର୍ଥନା କରିଛନ୍ତି . ଦେବାଶିଷ ପଟ୍ଟନାୟକ ଯେମିତି ଯଥାଶୀଘ୍ର ସୁସ୍ଥ ହୋଇ ତାଙ୍କ ନିର୍ବାଚନ ମଣ୍ଡଳୀ ବାଙ୍କୀ ଫେରିଆସି ପୂର୍ବ ପରି ଜନସେବା ଜାରି ରଖନ୍ତୁ । ନୀଳମଣି ମହାପାତ୍ର , ବୁବୁନା ବେହେରା, ପଞ୍ଚୁ ବେହେରା, ମନ୍ମଥ ମଙ୍ଗୁଆଳ, କାନ୍ଦୁରୀ ରଣା, ରିଙ୍କୁ ମହାପାତ୍ର, ପ୍ରଦୀପ ଚନ୍ଦ୍ର ସାହୁ, ଆଶିଷ ମହାପାତ୍ର, କାଲା ସାହୁ, ସିଲୁ ମହାପାତ୍ର, ଧରଣୀ ଧର ରଣା, ଅମରନାଥ ରଣା, ରବିନ୍ଦ୍ର ବେହେରା, ପାର୍ଥ ସାରଥି ପାଣି, ସଞୀତ ରଣା, କିରଣ କୁମାର ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ମା ଚର୍ଚ୍ଚିକା ଠାକୁରାଣୀ ଙ୍କ ନିକଟରେ ସମୂହ ଦୀପଦାନ କରିବା ସହ ବିଶ୍ୱରୁ କୋରନା ମହାମାରୀ ଦୂରୀଭୂତ ହେବା ପାଇଁ ପ୍ରାର୍ଥନା କରିଛନ୍ତି ।

Exit mobile version