Site icon Awaj Media

ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଶ୍ରମିକ ମାନଙ୍କୁ ରାସନ ସାମଗ୍ରୀ ବଣ୍ଟନ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା କାଶୀ ନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଠାରେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଶ୍ରମିକ ମାନଙ୍କୁ ରାସନ ସାମଗ୍ରୀ ବଣ୍ଟନ କରାଯାଇଛି ।ଏହି କାର୍ଯ୍ୟକ୍ରମରେ ଭାରତୀୟ ଜନତା ଯୁବ ମୋର୍ଚ୍ଚା ଜିଲ୍ଲା ସଭାପତି ସନ୍ତୋଷ ଜେନାଙ୍କ ନେତୃତ୍ୱରେ ଶ୍ରମିକ ମାନଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଚାଉଳ,ତେଲ, ବିସ୍କୁଟ,ଆଳୁ,ପିଆଜ, ଚୁଡା ସହ ସାନିଟାଇଜର ପ୍ରଭୃତି ବଣ୍ଟନ କରାଯାଇଛି ।

ଆୟୋଜିତ କାର୍ଯ୍ୟକ୍ରମରେ ଆର.ନାରାୟଣ ରାଓ ପି. ମୁରଲୀ, ପ୍ରଶାନ୍ତ ସାହୁ, କନ୍ୟା କୁମାରୀ ସାହୁ, କୋଟି,ଏମ୍. ଚିଟି, ରାଜୁ ପ୍ରଧାନ ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଏହି ଭଳି କାର୍ଯ୍ୟକ୍ରମକୁ ଅଞ୍ଚଳ ବାସୀ ଭୂୟସୀ ପ୍ରଶଂସା କରିଛନ୍ତି । କୋଭିଡ଼ି ଗାଇଡ଼ ଲାଇନ ଅନୁଯାୟୀ ମାସ୍କ ପିନ୍ଧି, ସାନିଟାଇଜର ବ୍ୟବହାର କରି ସାମାଜିକ ଦୂରତା ରକ୍ଷା କରି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Exit mobile version