Site icon Awaj Media

ଭର୍ଚୁଆଲ ମାଧ୍ୟମରେ ତୃତୀୟ ଲୋକକଳା ଦିବସ ପାଳିତ !!!

Spread the love

କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ବିଶ୍ଵ ମହାମାରୀ କରୋନା ପାଇଁ ରାଜ୍ୟସ୍ତରୀୟ ଲୋକକଳା ଦିବସ ଜୁମ୍ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ତୃତୀୟ ଲୋକକଳା ଦିବସ ପାଳନ ହୋଇଛି l ଏହି ପରିପ୍ରେକ୍ଷୀରେ କନ୍ଧମାଳ ଜିଲ୍ଲାରେ ମଧ୍ୟ ଲୋକ କଳା ଦିବସ ପାଳିତ ହୋଇଯାଇଛି l ଏଥିରେ ଜିଲ୍ଲା ଉପ ସଭାପତି ସରୋଜ କର୍ଣ୍ଣ ଙ୍କ ନେତୃତ୍ବରେ ଭର୍ଚୁଆଲ ମାଧ୍ୟମରେ ଆଲୋଚନା ହୋଇଥିଲା l ଜିଲ୍ଲା ସଂସ୍କୃତି ଅଧିକାରୀ ବିରଞ୍ଚି କହଁର କାର୍ଯ୍ୟାଳୟ ପ୍ରମୁଖ ନରେଶ କୁମାର, ବାଲିଗୁଡ଼ା ବ୍ଲକ୍ ଉପସଭାପତି ପ୍ରମୋଦ କୁମାର ଦଣ୍ଡସେନା ତୁଡ଼ିବନ୍ଧ ବ୍ଲକ୍ ଉପସଭାପତି ସଦାନନ୍ଦ ପରାସେଠ,ସିମlଞ୍ଚଳ ମାଝୀ, ଶତପତି ପ୍ରଧାନ,ପୂର୍ଣ୍ଣ ଚନ୍ଦ୍ର ପଣ୍ଡା, ସତ୍ୟ ନାରାୟଣ ଭୁକ୍ତା ଓ ଜୁନୁସ ନାୟକ ପ୍ରମୁଖ ଯୋଗ ଦେଇଥିଲେ l ଆଲୋଚନା ବେଳେ ପ୍ରଥମେ ରାଜ୍ୟ ସରକାର କଳାକାର ମାନଙ୍କ ପ୍ରତି ଧ୍ୟାନ ଦେଇଥିବାରୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା l ବିଲୁପ୍ତ ପ୍ରାୟ ଲୋକକଳାକୁ ସରକାର ପୁନରୁଦ୍ଧାର ପାଇଁ ପଦକ୍ଷେପ ତ୍ୱରାନ୍ୱିତ କରି ସଚେତନ କାର୍ଯ୍ୟକ୍ରମ ଲୋକକଳା ଗ୍ରାମ ଏବଂ ପ୍ରାଚୀନ ସଂସ୍କୃତି କୁ ବଞ୍ଚାଇ ରଖିବା ପାଇଁ ଗାଁ ଗାଁରେ ଭାଗବତ ଟୁଙ୍ଗି ନିର୍ମାଣ କରିବା ପାଇଁ ପଦକ୍ଷେପ କୁ ପ୍ରଶଂସା କରାଯାଇଥିଲା l ବିଶ୍ଵ ମହାମାରୀ କରୋନାର କରାଳ ଛାୟାରେ ଦୀର୍ଘ ଦେଢ଼ ବର୍ଷ ଧରି ଲୋକ ପେଶି ହେଉଥିବା ବେଳେ କଳାକାରଙ୍କୁ କାମ ଯୋଗାଇଦେବା କୁ ସରକାର ଙ୍କୁ ନିବେଦନ କରାଯାଇଥିଲା l କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ବ୍ଲକ୍ ରେ ମିଳୁଥିବା କଳାକାର ଭତ୍ତା ନୈରାଶ୍ୟ ଜନକ l ବହୁ ଦୁସ୍ଥ ଲୋକ କଳାକାର ଏବେ ପରିଣତି ବୟସ ରେ ରହି ଜୀବନ ସହିତ ସଂଗ୍ରାମ କରି ଭତ୍ତା ଅପେକ୍ଷାରେ ରହିଛନ୍ତି l ସେହିଭଳି ବାଲିଗୁଡ଼ା ବ୍ଲକରେ ଭାଗବତ ଟୁଙ୍ଗୀ ର ପୁନରୁଦ୍ଧାର ପାଇଁ ପ୍ରୟାସ କରିବାକୁ ବ୍ଲକ୍ ଉପ ସଭାପତି ପ୍ରମୋଦ କୁମାର ଦଣ୍ଡସେନା ପ୍ରସ୍ତାବ ରଖିଥିଲେ l

Exit mobile version