Site icon Awaj Media

କରୋନା ସମୟରେ ବାଲ୍ୟ ବିବାହ ଏବଂ ନାବାଳକ ଶିଶୁ ଚାଲାଣ ଭଳି ଘୃଣିତ କାର୍ଯ୍ୟ ରୋକିବାକୁ ନେଇ ଆଲୋଚନା ଚକ୍ର !!!

Spread the love

କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ସମଗ୍ର ଦେଶ କରୋନା ମହାମାରୀ ଦେଇ ଗତି କରୁଥିବା ସମୟରେ ଆମ ଅଞ୍ଚଳରେ ବାଲ୍ୟ ବିବାହ ଏବଂ ନାବାଳକ ଶିଶୁ ଚାଲାଣ ଭଳି ଘୃଣିତ କାର୍ଯ୍ୟ କିଭଳି ସୃଷ୍ଟି ନହେବ ଓ ଏହା ସହ ସାମ୍ବାଦିକଙ୍କୁ ରାଜ୍ୟ ସରକାର ସମ୍ମୁଖ କରୋନା ଯୋଦ୍ଧା ଘୋଷଣା କରିବା ପରେ ସାମ୍ବାଦିକ ମାନଙ୍କ ମନରେ ଏକ ଉତ୍ସାହ ଏବଂ ଉଦିପନା ସୃଷ୍ଟି ହେଇଛି ବୋଲି ସାହାରା ସ୍ଵେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ଏକ ଆଲୋଚନା ଚକ୍ରରେ ମତ ପ୍ରକାଶ ପାଇଛି।ତୁମୁଡିବନ୍ଧ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରୀନା ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବାଲ୍ୟ ବିବାହ ଓ ନାବାଳକ ଚାଲାଣ ରୋକିବା ଓ ପଥ ଭ୍ରଷ୍ଟ ନହେବା ପାଇଁ ସମସ୍ତଙ୍କ ସହଯୋଗ ରହିବା ଆବଶ୍ୟକ ବୋଲି କହିଛନ୍ତି l

ଏହା ସହ କାର୍ଯ୍ୟରତ ଥିବା ସମସ୍ତ ଆଗ ଧାଡିର ସାମ୍ବାଦିକ ମାନଙ୍କୁ କରୋନା ପ୍ରତିରୋଧକ କୀଟ ଯଥା ମାସ୍କ,ଗ୍ଳୋବ୍ସ, ସାନିଟାଇଜର ବଣ୍ଟନ କରାଗଲା l ଏହି ଆଲୋଚନା କାର୍ଯ୍ୟକ୍ରମ ସାହାରା ସମ୍ପାଦକ ସୁକାନ୍ତ କୁମାର ନାୟକ ଆୟୋଜିତ କରି ପରିଚାଳନା କରିଥିବା ବେଳେ ଜିଲ୍ଲା ଉତ୍କଳ ସାମ୍ବାଦିକ ସଙ୍ଘ ର ସଭାପତି ସନ୍ତୋଷ କୁମାର ଦାସ, ତୁମୁଡିବନ୍ଧ ପ୍ରେସ କ୍ଲବ ର ସଭାପତି ପଵିତ୍ର ଦିଗାଲ ସମେତ ବରିଷ୍ଠ ସାମ୍ବାଦିକ ବିପ୍ର ମାନସେଠ, ପ୍ରବୀଣ ପଟ୍ଟନାୟକ, ଦୀପକ ପରାସେଠ, ଅଜିତ କୁମାର ଦିଗାଲ, ସାମୁଏଲ ନାୟକ, ଧର୍ମପଦ ନାୟକ, ସିମାଞ୍ଚଳ ସାହୁ, ପ୍ରଳୟ ରାୟ ନାୟକ, ନଚିକେତା ସାହୁପ୍ରମୁଖ ଉପସ୍ଥିତ ଥିଲେ l

Exit mobile version