Site icon Awaj Media

ଟୀକା ନେବାପରେ ଶରୀର ପାଲଟୁଛି ଚୁମ୍ବକ : ଏହାକୁ ଖଣ୍ଡନ କଲେ ଚିକିତ୍ସା ବିଜ୍ଞାନୀ !!!

Spread the love

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ଟିକା ନେବା ପରେ ଶରୀରରେ ସୃଷ୍ଟି ହେଉଛି ଚୁମ୍ବକୀୟ କ୍ଷେତ୍ର , ଏପରି ଘଟଣାର ଭିଡିଓ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ସୋସାଲ ମିଡ଼ିଆରେ ହେବାରେ ଲାଗିଛି ଭାଇରାଲ . ଏପରିକି କେତେକ ନିର୍ଦ୍ଦିଷ୍ଟ ସ୍ଥାନରେ କ୍ୟାମେରା ସମ୍ମୁଖରେ ଏହା ଘଟିବା ପରେ ଗଣମାଧ୍ୟମରେ ଖବର ମଧ୍ୟ ପ୍ରସାରିତ ହୋଇଛି . ଅନୁଗୁଳ ଜିଲ୍ଲା ତାଳଚେର ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କ ଶରୀରରେ ବିଭିନ୍ନ ଲୁହା ନିର୍ମିତ୍ତ ସାମଗ୍ରୀ ଲାଖି ରହିବା ଆମେ ଏ ସଂକ୍ରାନ୍ତରେ ଖବର ପ୍ରକାଶନ କରିଥିଲୁ . ତେବେ ଏହା ଏକ ସ୍ପର୍ଶକାତର ବିଷୟ ହୋଇଥିବାରୁ ଏବଂ ଏପରି ଘଟଣାର ବିପରୀତ ପ୍ରଭାବ ଟିକାକରଣ ଉପରେ ପଡ଼ିବାର ଆଶଙ୍କା ଥିବାରୁ ଘଟଣାର ବିଭିନ୍ନ ଆନୁସଙ୍ଗିକ ଦିଗ ଏବଂ ସତ୍ୟତା ଉପରେ ମତାମତ ନେବା ପାଇଁ ଆମ ଢେଙ୍କାନାଳ ଜିଲ୍ଲା ପ୍ରତିନିଧି ରଞ୍ଜିତ ପରିଡା ପହଞ୍ଚିଥିଲେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ . କୋଭିଡ ହସ୍ପିଟାଲ ର ସ୍ୱତନ୍ତ୍ର କୋରନା ୱାର୍ଡର ଚାର୍ଜ ରେ ଥିବା ଡକ୍ଟର ଚନ୍ଦନ କୁମାର ମହାଳିକ ଅତି ସ୍ପଷ୍ଟ ଭାବରେ ଏହା ଉପରେ ମତାମତ ଦେବା ସହିତ , ଏହାକୁ ଖଣ୍ଡନ କରିଛନ୍ତି । ଚିକିତ୍ସା ବିଜ୍ଞାନରେ ଏପରି ଘଟଣାର କୌଣସି ଲଜିକ ଥିବାକୁ ସେ ମନା କରି ଦେଇଥିଲେ । ତେଣୁ ଏହାକୁ ନେଇ କୌଣସି ପ୍ରକାରର ଭୟଭୀତ ନ ହୋଇ ଲୋକମାନେ ଟୀକା ନେବାକୁ ସେ ପରାମର୍ଶ ଦେଇଥିଲେ । ଏପରି ଏକ ଘଟଣା ଢେଙ୍କାନାଳ ଦକ୍ଷିଣକାଳୀ ସ୍ଥିତ ରମେଶ ଚନ୍ଦ୍ର ସାହୁ ଏବଂ ତାଙ୍କ ସ୍ତ୍ରୀ ଗୀତାଞ୍ଜଳି ସାହୁଙ୍କ କ୍ଷେତ୍ରରେ ମଧ୍ୟ ଦେଖାଯାଇଥିଲା । ସାହୁ ଦମ୍ପତି ଯଥାକ୍ରମେ 18 / 05 / 2021 ଓ 24 / 06 / 2021 ରେ ପ୍ରଥମ ଡୋଜ ଟୀକା ନେଇଥିଲେ । ଟୀକା ନେବାର କିଛି ଦିନ ପରେ ସେମାନେ ଦେଖିବାକୁ ପାଇଲେ କି ତାଙ୍କ ଶରୀରରେ ଷ୍ଟିଲ ଚାମଚ, ୫ ଟଙ୍କିଆ ମୁଦ୍ରା, ଚାବି ଆଦି ଲାଗି ରହୁଛି । ଖବର ଟି ଚାରିଆଡେ ଖେଳିଯିବା ପରେ ବିଭିନ୍ନ ଗଣମାଧ୍ୟମରେ ଏହା ସମ୍ପର୍କରେ ଖବର ପ୍ରକାଶ ପାଇଥିଲା । କିନ୍ତୁ ବାସ୍ତବରେ କଣ ଏହା ସତ, ଏହାକୁ ନେଇ ମଧ୍ୟ ଲୋକ ମାନଙ୍କ ମଧ୍ୟରେ ଏକ ଭୟର ବାତାବରଣ ସୃଷ୍ଟି ହେବାର ଲାଗିଛି । ତେବେ ସାହୁ ଦମ୍ପତି ଲୋକମାନଙ୍କୁ ଏହି ବାର୍ତ୍ତା ପହଞ୍ଚାଇଛନ୍ତି କି, ଲୋକମାନେ ଏହାକୁ ନେଇ କୌଣସି ପ୍ରକାରର ଭୟଭୀତ ନ ହୋଇ କରୋନା ଟୀକା ନିଅନ୍ତୁ । ନିଜେ ସୁରକ୍ଷିତ ରହିବା ସହ ଅନ୍ୟମାନଙ୍କୁ ସୁରକ୍ଷିତ ରଖିବାରେ ସାହାଯ୍ୟ କରନ୍ତୁ ।

Exit mobile version