Site icon Awaj Media

ଚଣ୍ଡିଖୋଲ ପାରାଦ୍ୱୀପ ମୁଖ୍ୟ ରାସ୍ତାରେ ଦୁର୍ଘଟଣା : ଜଣେ ମୃତ !!!

Spread the love

କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ ମଲ୍ଲ : ଚଣ୍ଡିଖୋଲ ପାରାଦ୍ୱୀପ ମୁଖ୍ୟ ରାସ୍ତାରେ ପୁଣି ଘଟିଲା ଅଘଟଣ । ବେପରୁଆ ଗାଡିଚାଳନା ଯୋଗୁ ଚାଲିଗଲା ଜଣେ 40 ବର୍ଷୀୟ ଯୁବକଙ୍କ ଜୀବନ ।କେନ୍ଦ୍ରାପଡ଼ା ଜିଲ୍ଲା ସଦର ଥାନା ଅନ୍ତର୍ଗତ କୋଶିଆ ପଞ୍ଚାୟତ ବାଲିପାଟଣା ଖର୍ଦାସାହି ଗ୍ରାମର କେଶବ ଦାସଙ୍କ ସଡ଼କ ଦୃଘଟଣାରେ ମୃତ୍ୟୁ ଘଟିଥିବା ଜଣାପଡିଛି । ସୂଚନା ରୁ ପ୍ରକାଶ ଯେ ଗତକାଲି ବିଳମ୍ବିତ ରାତି ପ୍ରାୟ 10 ଘଣ୍ଟିକା ସମୟରେ ଜୈନିକ ଯୁବକ କେଶବ ଦାସ ନିଜ ବ୍ୟବସାୟ କାମ ସାରି ଘରକୁ ଫେରୁଥିବା ବାଟରେ ଚଣ୍ଡିଖୋଲ ପାରାଦ୍ୱୀପ ପାଞ୍ଚ ନମ୍ବର ଜାତୀୟ ରାଜପଥ ପରିବହନ କାର୍ଯ୍ୟାଳୟ ନିକଟରେ ଚଣ୍ଡିଖୋଲ ରୁ ପରାଦ୍ୱୀପ ଅଭିମୁଖେ ଦ୍ରୁତ ଗତିରେ ଆସୁଥିବା ଲୁହା ପଥର ବୋଝେଇ ଟ୍ରକ ତାଙ୍କୁ ଧକ୍କା ଦେଇଥଲା । ଯାହାଦ୍ୱାରା ଯୁବକ ଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା ।

ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ସେଠାରେ ଏକାଠି ହେବା ପରେ ଉତେଜନା ପ୍ରକାଶ ପାଇଥିଲା । ଏ ସମ୍ପର୍କରେ ଖବର ପାଇଁ ଘଟଣା ସ୍ଥଳରେ କେନ୍ଦ୍ରାପଡ଼ା ସଦର ପୋଲିସି ପହଞ୍ଚି ତଦନ୍ତ ଚଳାଇଥିବା ବେଳେ ଶବକୁ ଜବତ କରି କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ଅନ୍ୟପକ୍ଷରେ କେଶବ ଜଣେ ରୋଷେୟା ଭାବେ ବେଶ ଜଣାଶୁଣା ଓ ପରିଚିତ ଥିବା ବେଳେ ସଚୋଟ ପରୋପକାରୀ ମଣିଷ ଥିଲେ । କେଶବଙ୍କ ଏମିତି ଦୁର୍ଘଟଣାରେ ଅକାଳ ବିୟୋଗର ଖବର ପାଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

Exit mobile version