Site icon Awaj Media

ଫାର୍ମାସିଷ୍ଟଙ୍କ ୬ଦଫା ଦାବୀ ନେଇ କଳବ୍ୟାଜ୍ ପରିଧାନ : କାର୍ଯ୍ୟବନ୍ଦ ଆନ୍ଦୋଳନ ପାଇଁ ଚେତାବନୀ !!!

Spread the love

କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟ ସମେତ ୬୪ଟି ସ୍ଵାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ୫୧ଜଣ ଫାର୍ମାସିଷ୍ଟ ମାନେ ସେମାନଙ୍କ ବିଭିନ୍ନ ଦାବୀକୁ ତୁରନ୍ତ ପୂରଣ ନେଇ କଳା ବ୍ୟାଚ ପରିଧାନ କରିଥିବା ଜଣାପଡିଛି l ଉକ୍ତଦାବୀ ଗୁଡିକ ମଧ୍ୟରେ କ୍ୟାଡ଼ର ପୂର୍ଣ୍ଣ ଗଠନ, ପଦୋନ୍ନତି, ଅସ୍ଥାୟୀ ଫାର୍ମାସିଷ୍ଟ ଙ୍କୁ ସ୍ଥାୟୀ କରିବା, ଅନ ଲାଇନ କାର୍ଯ୍ୟ ପାଇଁ ଡିଇଓ ନିଯୁକ୍ତି, ଖାଲି ପଡିଥିବା ପଦବୀ ପୂରଣ, ଦରମା ଅସଙ୍ଗତି ଏଭଳି ୬ଦଫା ଦାବୀ ନେଇ ଜୁନ ୧୦ତାରିଖରୁ କଳା ବ୍ୟାଜ ପିନ୍ଧି କାର୍ଯ୍ୟ କରୁଛନ୍ତି । ଯଦି ସରକାର ଚଳିତ ମାସ ୨୦ତାରିଖ ସୁଧା ଦାବୀ ନ ଶୁଣନ୍ତି ତେବେ କେବଳ ଔଷଧ ବିତରକ ଛଡ଼ା ଅନ୍ୟ ସମସ୍ତ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି। ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ କାର୍ଯ୍ୟରତ ପି.ଲଛମନ ରାଓ, ପ୍ରସନ୍ନ କୁମାର ଦାଶ ଓ ସତ୍ୟ ନାରାୟଣ ସେଠ୍ ତିନିଜଣ କାର୍ଯ୍ୟରତ ଫାର୍ମାସିଷ୍ଟ କଳା ବ୍ୟାଜ ପିନ୍ଧି କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଛି। ଏଥି ପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃ ପକ୍ଷ ତୁରନ୍ତ ଦୃଷ୍ଟି ଦେଇ ଦାବୀ ଗୁଡିକ ପୂରଣ କରିବା ପାଇଁ ଫାର୍ମାସିଷ୍ଟ ମାନଙ୍କ ତରଫରୁ ଦାବୀ ହେଉଛି l

Exit mobile version