Site icon Awaj Media

ରାଜ୍ୟ କିଷାନ କଂଗ୍ରେସ ତରଫରୁ ରାଜ୍ୟପାଳଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ !!!

Spread the love

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ଓଡିଶା ରାଜ୍ୟ କିଷାନ କଂଗ୍ରେସ ତରଫରୁ ରାଜ୍ୟପାଳଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ . କୃଷକ ମାନଙ୍କର ବିଭିନ୍ନ ସମସ୍ୟାକୁ ନେଇ ରାଜ୍ୟପାଳଙ୍କ ଉଦେଶ୍ୟରେ ଢେଙ୍କାନାଳ ଜିଲ୍ଲାପାଳ ଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଯାଇଅଛି । ଚାଷୀ ମାନଙ୍କର ରବି ଧାନକୁ ରାଜ୍ୟ ସରକାର କ୍ରୟ କରିବା, ଧାନ କିଣାରେ ଚାରି ପାଞ୍ଚ କେଜି କାଟ ଛାଟ କୁ ବନ୍ଦ କରିବା, ଟୋକାନ ଲାପସ୍ କୁ ବନ୍ଦ କରିବା, ଧାନ ବିକ୍ରିରେ ଦଲାଲ ମାନଙ୍କ ପ୍ରତି କଠିନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆଦି ଦାବି ନେଇ ଆଜି ରାଜ୍ୟ କିଷାନ କଂଗ୍ରେସ ର ସଭାପତି ଅମୀୟ କୁମାର ପଟ୍ଟନାୟକ ଙ୍କ ନିର୍ଦେଶ କ୍ରମେ ଢେଙ୍କାନାଳ ଜିଲ୍ଲା କିଷାନ କଂଗ୍ରେସ ର ସଭାପତି ବିପ୍ରବର ସାହୁଙ୍କ ନେତୃତ୍ୱରେ ସମସ୍ତ କର୍ମକର୍ତ୍ତା ମାନେ ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଢେଙ୍କାନାଳ ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ ।

Exit mobile version