Site icon Awaj Media

ବାଲିଗୁଡା ଉପଖଣ୍ଡ ବିଦ୍ୟୁତ ଅବ୍ୟବସ୍ଥା ସମ୍ପର୍କରେ ବିଦ୍ୟୁତ ଅଧିକାରୀଙ୍କ ସହ ଆଲୋଚନା କଲେ ବିଜେପି ପ୍ରତିନିଧି ଦଳ !

Spread the love

କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡରେ ଆଜକୁ ଦୀର୍ଘ ଦିନ ହେଲା ବିଦ୍ୟୁତ କାଟ ସହ ଲୋ-ଭୋଲଟେଜ ଭଳି ବିଭିନ୍ନ ସମସ୍ୟା ଉପୁଜିଥିଲେ ମଧ୍ୟ ବିଦ୍ୟୁତ ବିଭାଗ କର୍ତ୍ତୃପକ୍ଷ କୌଣସି ପ୍ରକାରେ ସମାଧାନ କରିପାରୁ ନଥିବା ଯୋଗୁଁ ଜନସାଧାରଣଙ୍କ ପକ୍ଷରୁ ବାଧ୍ୟ ହୋଇ କନ୍ଧମାଳ ଜିଲ୍ଲା ବିଜେପି ସଭାପତି ଜଗନ୍ନାଥ ସାହୁଙ୍କ ନେତୃତ୍ୱରେ ବାଲିଗୁଡା ବିଜେପିର ଏକ ପ୍ରତିନିଧି ଟିମ ବାଲିଗୁଡା ବିଜୁଳି ବିଭାଗ କାର୍ଯ୍ୟାଳୟ ଠାରେ ପହଁଚି ବାଲିଗୁଡା ଅଞ୍ଚଳରେ ହେଉଥିବା ବାରମ୍ବାର ବିଜୁଳି କାଟ ଏବଂ ଲୋଭୋଲଟେଜ ଭଳି ବିଭିନ୍ନ ସମସ୍ୟାର ସମାଧାନ ନିମନ୍ତେ ବାଲିଗୁଡା ଉପଖଣ୍ଡ ବିଦ୍ୟୁତ ବିଭାଗ ଅଧିକାରୀ ହରିହର ଦତ୍ତଙ୍କୁ ଭେଟି ଏହି ବିଷୟରେ ଆଲୋଚନା କରିବା ସହିତ ଆଗାମୀ ଦିନରେ ଯଦି ଏଭଳି ସମସ୍ୟାର ସମାଧାନ ନହୁଏ ତେବେ ବାଲିଗୁଡା ନଗର ବିଜେପି ରାଜରାସ୍ତାକୁ ଓଲ୍ହାଇ ଆନ୍ଦୋଳନ କରିବ ବୋଲି ଶ୍ରୀସାହୁ କହିଥିଲେ |

ଏହି ଆଲୋଚନାରେ ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ପଦ୍ମଚରଣ ଦାସ, ନଗର ସାଧାରଣ ସମ୍ପାଦକ ଆଦିକନ୍ଧ ପଟ୍ଟନାୟକ , ରାଜ୍ୟ ଯୁବମୋର୍ଚା କାର୍ଯ୍ୟକାରିଣୀ ସଦସ୍ୟ ଅଭୟ କୁମାର ପାତ୍ର, ଜିଲ୍ଲା ସାଧାରଣ ସମ୍ପାଦକ ଦେବେନ୍ଦ୍ର କୁଦେଇ, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ସୁରେନ୍ଦ୍ର କୁମାର ପାତ୍ର, ଜିଲ୍ଲା ଯୁବମୋର୍ଚ୍ଚା ଉପ ସଭାନେତ୍ରୀ କୁସୁମୀ ପ୍ରଧାନ, ସମ୍ପାଦକ ସନ୍ତୋଷ ରେଡ୍ଡୀ, ନଗର ସଭାପତି ଦିବାକର ସାହୁ, ମନୋଜ ରଥ, ବିଜୟ ପୂଜାରୀ, ନଗର ଯୁବମୋର୍ଚ୍ଚା ସଭାପତି ସୁଭାଶିଷ ମିଶ୍ର ଏବଂ ଆଶିଷ ସାହୁ, ସୁମିତ ପାଢ଼ୀ ପ୍ରମୁଖ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ | କନ୍ଧମାଳ ବିଜେପିର ଏ ଭଳି ଜନ ହିତକର କାର୍ଯ୍ୟକୁ ଜନସାଧାରଣ ଙ୍କ ପକ୍ଷରୁ ପ୍ରଶଂସା କରିବା ସହ ଆଗାମୀ ଦିନରେ ଜନସାଧାରଣଙ୍କ ଅଭାବ, ଅସୁବିଧା ଓ ବିଭିନ୍ନ ସମସ୍ୟା ପାଇଁ ସହଯୋଗ ରହିଲେ ବାଲିଗୁଡା ସହର ସବୁଜ ସୁନ୍ଦର ହୋଇ ପାରିବ ବୋଲି ବୁଦ୍ଧିଜୀବୀ ମହଲ ରୁ ମତ ପ୍ରକାଶ ପାଇଛି l

Exit mobile version