Site icon Awaj Media

ରାସ୍ତାର ଉନ୍ନତିକରଣ ପାଇଁ ଦାବି କଲେ ଯୁବ ସମାଜସେବୀ ଇଂ.ପ୍ରକାଶ ଚନ୍ଦ୍ର ସେଠୀ ।

Spread the love

କଟକ ( ଆୱାଜ ମିଡ଼ିଆ ) – ପ୍ରିୟବ୍ରତ ପଟ୍ଟନାୟକ : କଟକ ଜିଲ୍ଲା କିଶନନଗର ଥାନା ଅଧିନସ୍ଥ ଶିର୍ଲୋ ଠାରୁ କିଶନନଗର ନଦୀବନ୍ଧ ରାସ୍ତା ମରଣଯନ୍ତା ପାଲଟିଛି । ଏହି ରାସ୍ତାରେ ବହୁ ଅସୁବିଧାରେ ଜନ ସାଧାରଣ ଯିବା ଆସିବା କରୁଛନ୍ତି . ଏପରିକି ଅସରାଏ ବର୍ଷାରେ ଯାତାୟାତ କରିବା କଷ୍ଟ ହେଉଛି , ଆଗକୁ ଆସୁଛି ବର୍ଷାଦିନ, ଶହଶହ ଗାଡିମଟର ଏହିଁ ରାସ୍ତା ଉପରେ ଚଳପ୍ରଚଳ କରୁଛନ୍ତି . ଖାଲଖମା ଫଳରେ ନିତିଦିନ ଦୁର୍ଘଟଣା ଘଟୁଛି । ଏଣୁ ରାସ୍ତାକୁ ତୁରନ୍ତ ନିର୍ମାଣ ସହ ପ୍ରଶସ୍ତି କରଣ କରାଯିବାକୁ କଟକ ସଦରର ଅଗ୍ରଣୀ ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦର ସଭାପତି ଯୁବ ସମାଜସେବୀ ଇଂ. ପ୍ରକାଶ ଚନ୍ଦ୍ର ସେଠୀ ବିଭାଗୀୟ ଯନ୍ତ୍ରୀଙ୍କ ନିକଟରେ ଦାବି କରିବା ସହ ଯଦି ଏହାର ସମାଧାନ କରା ନଯାଏ ଆଗାମୀ ଦିନରେ ପରିଷଦ ପକ୍ଷରୁ ଗଣ ଆନ୍ଦୋଳନ କରାଯିବାକୁ ଆହ୍ୱାନ ଦିଆଯାଇଛି ।

Exit mobile version