Site icon Awaj Media

ମହିଳା ମାନଙ୍କୁ କାମ ଯୋଗାଣ ଏବଂ ଋଣ କରାଇଦେବା ନାମରେ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗ !!!

Spread the love

କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ ମଲ୍ଲ : ପୁଣି ସାମ୍ନାକୁ ଆସିଲା ବଡ଼ ଧରଣର ଠକେଇ । କେନ୍ଦ୍ରାପଡା ବଣିଆମାଳ ଠାରେ ରାଜଲକ୍ଷ୍ମୀ ନାମକ ଏକ ବିବାହିତ ଯୁବତୀ ଘର ଭଡା ନେଇ ରହି ଆସୁଥିଲେ। ସାରା କେନ୍ଦ୍ରାପଡା ସମେତ ନିକିରାଇ ଅଞ୍ଚଳରୁ ସମସ୍ତ ମହିଳା ଗୃପ ମାନଙ୍କୁ କାମ ଯୋଗାଇଦେବା ନେଇ ବିଭିନ୍ନ ସଂସ୍ଥା ନାମରେ ମହିଳା ମାନଙ୍କୁ ପ୍ରଲୋଭନ ଦେଖାଇ ହଜାର ହଜାର ଟଙ୍କା ଲୁଟି ନେଇଥିବା ହୋଇଛି ଅଭିଯୋଗ ।ଘରୋଇ ଲୋକମାନେ ମଧ୍ୟ ଏହି ଯୁବତୀଙ୍କ ପାଖରୁ ବର୍ତ୍ତି ପାରିନାହାନ୍ତି । ବିଭିନ୍ନ ଅର୍ଥ ଯୋଗାଣକାରୀ ସଂସ୍ଥା ମାନଙ୍କ ନାମ କହି ଋଣ କରାଇଦେବାର ଲୋଭ ଦେଖାଇ ଲକ୍ଷାଧିକ ଟଙ୍କା ଠକେଇ କରି ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି । ଅନ୍ୟ ପକ୍ଷରେ ଉକ୍ତ ଯୁବତୀଙ୍କ କୌଣସି ପରିଚୟ ମିଳି ପାରିନଥିବା ବେଳେ ଶାଶୁଘର ପାରାଦ୍ୱୀପ କୁଜଙ୍ଗ ବୋଲି ଯାହା ସୂଚନାରୁ ଜଣାପଡିଛି ।

Exit mobile version