Site icon Awaj Media

ନିମୋକୋକାଲ କଞ୍ଜୁଗେଟ ଟୀକାକରଣର ଶୁଭାରମ୍ଭ

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ପ୍ରସୂତି ଏବଂ ଶିଶୁ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ 5 ବର୍ଷ ବୟସରୁ କମ ବୟସର ପିଲାଙ୍କ ନିମନ୍ତେ ଉଦ୍ଧିଷ୍ଟ ଭାରତ ସରକାରଙ୍କ ନିୟମିତ ଟୀକା କରଣ କାର୍ଯ୍ୟକ୍ରମ ଅଧୀନରେ ଆଉ ଏକ ଟୀକା ନିମୋକୋକାଲ କଞ୍ଜୁଗେଟ ଟୀକା ପିସିଭି ର ଶୁଭାରମ୍ଭ ହୋଇଯାଇଛି . କାର୍ଯ୍ୟକ୍ରମରେ ରାଜ୍ୟ ସ୍ୱାସ୍ଥ୍ୟ ସେବା ବିଭାଗ ନିର୍ଦ୍ଦେଶକ ଡକ୍ଟର ବିଜୟ କୁମାର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନିମୋକୋକାଲ କଞ୍ଜୁଗେଟ ଟୀକା କରଣର ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡକ୍ଟର ପ୍ରଦୀପ କୁମାର ପାତ୍ର, ଏ.ଡି.ପି.ଏଚ.ଓ ପରିବାର କଲ୍ୟାଣ ଡକ୍ଟର ଏମ୍.ଏସ.ମୁନିର ଡି.ଏମ୍. ଓ ଡକ୍ଟର ପ୍ରମୋଦ କୁମାର ପଣ୍ଡା, ଡି.ପି.ଏଚ.ଓ ଡକ୍ଟର ଏମ୍.ମୁବାରକ ଅଲି,ଡି. ପି.ଏମ୍. ସୌମ୍ୟରାଣି ଗୌଡ଼ ପ୍ରମୁଖ ଉପସ୍ଥିତ ରହି ଟୀକା କରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପିସିଭି ଟୀକା 5 ବର୍ଷ ବୟସ ପିଲାଙ୍କ ନିମୋକୋକାସ ଜୀବାଣୁ ଜନିତ ନିମୋନିଆରୁ ସୁରକ୍ଷା ପ୍ରଦାନ କରିବାର ଏକ ସଫଳ ମାଧ୍ୟମ ଅଟେ । ଏହି ଟୀକା ପିଲା ମାନଙ୍କୁ ନିମୋକୋକାସ ଜୀବାଣୁ ଜନିତ ନିମୋନିଆ ଓ ମସ୍ତିଷ୍କ ସଂକ୍ରମଣରୁ ସୁରକ୍ଷା ପ୍ରଦାନ କରିବାରେ ବେଶ ସହାୟକ ହୋଇଥାଏ । ଏହି କାର୍ଯ୍ୟକ୍ରମକୁ ନେତ୍ରାନନ୍ଦ ଶତପଥୀ, ସୁଶାନ୍ତ ନାୟକ, ସୁରେଶ କୁମାର ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

Exit mobile version