Site icon Awaj Media

ସରସ୍ୱତୀ କଳା ପରିଷଦ ପକ୍ଷରୁ କରୋନା ସଚେତନତା ନାଟକ “କରୋନା କରୁଛି ତାଣ୍ଡବ ଲୀଳା” ମଞ୍ଚସ୍ଥ !!!

Spread the love

କଟକ ( ଆୱାଜ ମିଡ଼ିଆ ) – ପ୍ରିୟବ୍ରତ ପଟ୍ଟନାୟକ : ଟକର ସଦର କନ୍ଦରପୁର ର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ସରସ୍ୱତୀ କଳା ପରିଷଦ ପକ୍ଷରୁ କାର୍ଯ୍ୟକର୍ତା ମାନଙ୍କ ସହଯୋଗରେ ଅଧୁନା ମହାମାରୀ କରୋନା ସମୟରେ ସ୍ୱାସ୍ଥ୍ୟର ଯତ୍ନ , କରୋନା କଟକଣା ପାଳନ, ବିଶେଷ କରି ଗ୍ରାମାଞ୍ଚଳରେ ଜନ ସଚେତନତାର ବାର୍ତ୍ତା ପ୍ରଚାର ଆଭିମୁଖ୍ୟ ନେଇ ନାଟ୍ୟକାର ଅଶୋକ କୁମାର ପଟ୍ଟନାୟକଙ୍କ ରଚନା ଓ ନିର୍ଦ୍ଦେଶନାରେ “କରୋନା କରୁଛି ତାଣ୍ଡବ ଲୀଳା” ନାମକ ଏକ ନାଟକ କଳା ପରିଷଦ କାର୍ଯ୍ୟାଳୟରେ ପରିବେଷଣ ହୋଇ ଇଣ୍ଟରନେଟ ଜରିଆରେ ଜନସାଧାରଣଙ୍କ ଉଦ୍ଧେଶ୍ୟରେ ଲୋକାର୍ପିତ କରାଯାଇଛି ।

ଏହି ନାଟକରେ ରଂଜନ ଜେନା, ଇଂ.ଅମୀୟ ପଟ୍ଟନାୟକ, ଇଂ.ବିଶ୍ୱଜିତ ସାହୁ, ପପିନା ବେହେରା, ମନୋରଞ୍ଜନ ସାହୁ, ସତ୍ୟବ୍ରତ ଭୋଇ, ବିନାୟକ ମାଝୀ, ଜ୍ୟୋତ୍ରୀମୟୀ ଭୋଇ, ହରପ୍ରିୟା ହାତୀ, ପୁର୍ଣିମା ବେହେରା ଅଭିନୟ କରିଥିଲା ବେଳେ ଅଜୟ ପଟ୍ଟନାୟକ, ବିଶ୍ୱନାଥ ପଟ୍ଟନାୟକ, କରୋନା ଯୋଦ୍ଧା ଅଭିରାମ ସାହୁ, ସମାଜସେବୀ ପ୍ରଦୀପ ମହାଳି, ଅଞ୍ଜନ ବେହେରା, ନିରଞ୍ଜନ ରାଉଳ ପ୍ରମୁଖ ସହଯୋଗ କରିଥିଲେ ।

Exit mobile version