Site icon Awaj Media

ବିଧାୟକଙ୍କ ଦ୍ଵାରା ଶୁଭମ ବିଦ୍ୟା ନିକେତନକୁ ମେଧା ସମ୍ମାନ !!!

Spread the love

କଟକ ( ଆୱାଜ ମିଡ଼ିଆ ) – ପ୍ରିୟବ୍ରତ ପଟ୍ଟନାୟକ : ନୂଆପଡା ସ୍ଥିତ ଶୁଭମ ବିଦ୍ୟା ନିକେତନର ମାଟ୍ରିକ ପରୀକ୍ଷାରେ କୃତିତ୍ୱ ଅର୍ଜ୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ବିଧାୟକ ଚନ୍ଦ୍ର ସାରଥୀ ବେହେରା ସମ୍ମାନୀତ କରିଛନ୍ତି । ୫୦ ନମ୍ବର ୱାର୍ଡର ବିଜେଡି ସଭାପତି ରମେଶ ଚନ୍ଦ୍ର ନାୟକଙ୍କ ଦ୍ଵାରା ନିକେତନର ଛାତ୍ରୀ ପ୍ରତିଶ୍ରୁତି ନାୟକ, ଭୂମିକା ବାରିକ, ଅଙ୍କିତା ପଣ୍ଡା ଏବଂ ପଞ୍ଚମ ଶ୍ରେଣୀରେ ବୃତ୍ତି ପ୍ରାପ୍ତ କରିଥିବା ଛାତ୍ରୀ ପ୍ରଜ୍ଞା ପାରାମିତା ଷଡ଼ଙ୍ଗୀ ଙ୍କୁ ବିଧାୟକଙ୍କ ଦ୍ଵାରା ପ୍ରଦତ୍ତ ସମ୍ମାନ ଅର୍ପଣ କରାଜାଇଛି ।

ଅଧ୍ୟକ୍ଷା ସ୍ମିତା ଶ୍ରୀ ପଣ୍ଡା ମାନ୍ୟବର ବିଧାୟକ, ସ୍ଥାନୀୟ ଗୁରୁଜନ ମଣ୍ଡଳୀ ଓ ଅଭିଭାବକ ମାନଙ୍କ ଦ୍ୱାରା ଦୀର୍ଘଦିନ ଧରି କରାଯାଇଥିବା ସହଯୋଗ, ବିଶ୍ଵାସ ଓ ଭରଷା ପାଇଁ କୃତଜ୍ଞତା ପ୍ରକଟ କରିଛନ୍ତି । ସୂଚନାଯୋଗ୍ୟ ମେଧାବିନୀ ଛାତ୍ରୀ ପ୍ରତିଶ୍ରୁତି ନାୟକ ଚଳିତ ମାଟ୍ରିକ ପରୀକ୍ଷାରେ ୯୪ ଶତକଡା ମାର୍କ ରଖି ରେକଡ଼ ସୃଷ୍ଟି କରିଛନ୍ତି ।

Exit mobile version