Site icon Awaj Media

ଆହତ ହାତୀର ଚିକିତ୍ସା କଲା ବନବିଭାଗ !!

Spread the love

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ଵର ପଣ୍ଡା : ଆହତ ହାତୀର ଚିକିତ୍ସା କଲା ବନବିଭାଗ . ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଅନ୍ତର୍ଗତ ଗୋଡା ଗ୍ରାମର ଜଙ୍ଗଲ ମଧ୍ୟକୁ ଏକ ବଣୁଆ ଦନ୍ତାହାତୀ ପଣସ ଖାଇବାକୁ ଆାସି ସ୍ଥାନୀୟ ଶ୍ରୀ ଲୋକନାଥ ଦେବଙ୍କ ପିଠରେ ଥିବା ପାଚେରିକୁ ଭାଙ୍ଗିଥିବା ଦେଖାଦେଇଛି । ତେବେ ଏହି ଅଚଂଳରେ ଜଙ୍ଗଲୀ ହାତୀ ଉପଦ୍ରବ ବଢୁଥିବା ବେଳେ ତୁରନ୍ତ ବନବିିଭାଗ କୁ ଅବଗତ କରାଇଥିଲେ ଗତ ଜୁନ ୨୩ ତାରିଖରେ ଜଙ୍ଗଲରେ ଗୋଟାଏ ହାତୀ ଗୋଡରେ ଏକ ଖୁଣ୍ଟା ପିଶି ଆହତ ହୋଇ ବୁଲୁଥିବା ବେଳେ ସ୍ଥାନୀୟ ଲୋକେ ବନବିଭାଗକୁ ସୂଚନା ଦେଇଥିଲେ । ପ୍ରାଥମିକ ଅବସ୍ଥାରେ ବନବିଭାଗ କର୍ମଚାରୀ ହାତୀଟିକୁ ଠାବ କରିବାରେ ସକ୍ଷମ ହୋଇ ନ ଥିବାବେଳେ , ଗତକାଲି ରାତିରେ ବନବିଭାଗ ହାତୀ ଟିକୁ ଟ୍ରାଙ୍କୁଲାଇଜ କରି ଚିକିତ୍ସା କରି ହତୀଟି ସୁସ୍ଥ ହେବା ପରେ ତାକୁ ଜଙ୍ଗଲରେ ଛଡାଯିବ ବୋଲି ଖୋର୍ଦ୍ଧା ଟାଙ୍ଗି ବନବିଭାଗ ପକ୍ଷରୁ ସୂଚନା ମିଳିଛି ।

Exit mobile version