Site icon Awaj Media

ଉତ୍କଳ ବିକାଶ ପରିଷଦ ପକ୍ଷରୁ ଶିର୍ଲୋ ପଞ୍ଚାୟତରେ ବିଶୋଧନ କାର୍ଯ୍ୟ ସହ ବନ ମହୋତ୍ସବ ସପ୍ତାହ ପାଳିତ ।

Spread the love

କଟକ ( ଆୱାଜ ମିଡ଼ିଆ ) – ପ୍ରିୟବ୍ରତ ପଟ୍ଟନାୟକ : କଟକ ଜିଲ୍ଲାର ଅଗ୍ରଣୀ ସାମାଜିକ ସଂଗଠନ “ଉତ୍କଳ ବିକାଶ ପରିଷଦ” ପକ୍ଷରୁ ନିଶ୍ଚିନ୍ତକୋଇଲି ବ୍ଲକ କିଶନନଗର ଥାନା ଉପକଣ୍ଠ ଶିର୍ଲୋ ପଞ୍ଚାୟତ ଜାହାନପୁର, ବରହମପୁର, ବ୍ରାହ୍ମଣଖଣ୍ଡ, ଶିର୍ଲୋ, ମଲ୍ଲିପୁର, ନୂଆ ଗାଁ, ରାଧାନଗର, ବାଙ୍କଳ ଆଦି ଗ୍ରାମରେ ସାନିଟାଇଜେସନ ସହ ବିଭିନ୍ନ ସ୍ଥାନରେ ୭୨ତମ ଜାତୀୟ ବନ ମହୋତ୍ସବ ସପ୍ତାହ ଅବସରରେ ବୃକ୍ଷରୋପଣ କରାଯାଇଛି ।

ପରିଷଦର ସଭାପତି ଇଂ.ପ୍ରକାଶ ଚନ୍ଦ୍ର ସେଠୀଙ୍କ ଆହ୍ୱାନ କ୍ରମେ ବିଷ୍ଣୁଚରଣ ମାଦେଲି, ରଘୁନାଥ ଚୋୖଧୁରୀ, ପ୍ରଭାକର ଦାସ, ଅଶୋକ ଦାସ, ରଘୁମଣି ଦାସ, ପ୍ରଦୋଷ ଚୋୖଧୁରୀ, କବିଭୂଷଣ ଆଚାର୍ଯ୍ୟ, ଶିଶିର ସାହୁ, ବୁଲୁ ସାହୁ, ଚନ୍ଦନ ମଲିକ, ବିଶ୍ୱଜିତ ସିଂହ, ଶୁଭ୍ରଜ୍ୟୋତି ଆଚାର୍ଯ୍ୟ, ମାନସ ଆଚାର୍ଯ୍ୟ, ସନାତନ ସେଠୀ, ସୁବାସ ସେଠୀ,ସଞ୍ଜୟ ସେଠୀ, ସନ୍ତୋଷ ଖୁଣ୍ଟିଆ, ନୃସିଂହ ଭୋଇ, ସୁଶାନ୍ତ ସେଠୀ, ଦୁଲାଲ ଭୋଇ, ସନ୍ଥ ବେହେରା, ରତିକାନ୍ତ ବେହେରା, ପ୍ରଶାନ୍ତ ସେଠି, ସୋମନାଥ ଭୋଇ, କ୍ଷୀରୋଦ ସେଠି, ପଦ୍ମନାଭ ନାୟକ, ପ୍ରତାପ ସେଠି, ନାରାୟଣ ବେହେରା, ଚିତ୍ତ ରଞ୍ଜନ ସେଠି, ଲିଟୁ ବେହେରା, ନାରାୟଣ ବେହେରା, ସୁମନ୍ତ ସେଠୀ, ସନ୍ଦୀପ ସାହୁ, ଗଣେଶ ଭାଇ ପ୍ରମୁଖ କର୍ଯ୍ୟକର୍ତା ଉପସ୍ଥିତ ରହି ବୃକ୍ଷ ରୋପଣ କରିବା ସହ ଗଛ ଗୁଡିକର ସୁରକ୍ଷା ପାଇଁ ମଧ୍ୟ ବ୍ୟବସ୍ଥା କରିଛନ୍ତି ।

Exit mobile version