Site icon Awaj Media

ନୂଆଗାଁ ବ୍ଲକ କଂଗ୍ରେସ କମିଟି ତରଫରୁ ବ୍ଲକ କାର୍ଯ୍ୟାଳୟ ଆଗରେ ଧାରଣା !!!

Spread the love

ନୂଆଗାଁ ( ଆୱାଜ ମିଡ଼ିଆ ) – ସଞ୍ଜୀବ କୁମାର ଡାକୁଆ : ସାରା ଦେଶରେ ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ, ଖାଇବା ତେଲ ଏବଂ ନିତ୍ୟ ବ୍ୟବହାର୍ଯ୍ୟ ଖାଦ୍ୟ ସାମଗ୍ରୀର ଅହେତୁକ ମୂଲ୍ୟ ବୃଦ୍ଧି ପ୍ରତିବାଦରେ ତଥା ଧାନର କ୍ୟୁଣ୍ଟାଲ ପ୍ରତି ଏମ.ଏସ.ପି ୨୯୩୦ ଟଙ୍କାକୁ ବୃଦ୍ଧି କରିବା, ଧାନ କିଣିବା ଟୋକନ ଅବଧି କୁ ଜୁନ ୩୦ ପରିବର୍ତ୍ତେ ଜୁଲାଇ ୨୫ ତାରିଖକୁ ବୃଦ୍ଧି କରିବା, ରବି ଋତୁରେ ସମସ୍ତ ଚାଷୀ ଭାଇଙ୍କୁ ରିହାତି ଦରରେ କୀଟନାଶକ ଔଷଧ ପ୍ରଦାନ ସହ ରାଜ୍ୟ ସରକାର ଧାନ କିଣି ନ ପାରିବାରୁ ଚାଷୀଙ୍କୁ କ୍ଷୟକ୍ଷତି ପ୍ରଦାନ ଇତ୍ୟାଦି ବିଭିନ୍ନ ଦାବି ନେଇ ନୂଆଗାଁ ବ୍ଲକ କଂଗ୍ରେସ କମିଟି ତରଫରୁ ବ୍ଲକ କାର୍ଯ୍ୟାଳୟ ଆଗରେ କୋଭିଡ ନିୟମକୁ ମାନି ଧାରଣା ଦିଆ ଯାଇଥିଲା । ନୂଆଗାଁ ବ୍ଲକ କଂଗ୍ରେସ କମିଟିର ସଭାପତି ଅଶୋକ ନାୟକ, ଜିଲ୍ଲା କମିଟିର ସଦସ୍ୟ ଲଡୁ କିଶୋର ଷଡଙ୍ଗୀ, ଏସି ସେଲର ଜିଲ୍ଲା ପ୍ରଭାରୀ ସଚ୍ଚିଦାନନ୍ଦ ନାୟକ, ନରେନ୍ଦ୍ର ପରିଡା, ଗଙ୍ଗାଧର ମହାପାତ୍ର, ପ୍ରକାଶ ପ୍ରଧାନ, ନିର୍ମଳ ଚନ୍ଦ୍ର ରଥ ପ୍ରମୁଖ ଧାରଣାରେ ଉପସ୍ଥିତ ଥିଲେ ।

Exit mobile version