Site icon Awaj Media

ନୟାଗଡ କଂଗ୍ରେସ ପକ୍ଷରୁ ବ୍ଲକ କାର୍ଯ୍ୟାଳୟ ସାମ୍ନାରେ ଦୁଇ ଘଣ୍ଟିଆ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ଅଖିଳ ଭାରତ କଂଗ୍ରେସ କମିଟି ସଭାନେତ୍ରୀ ସୋନିଆ ଗାନ୍ଧୀଙ୍କ ଆହ୍ୱାନ କ୍ରମେ ପେଟ୍ରୋଲ ଡିଜେଲ ରନ୍ଧନଗ୍ୟାସ, ଖାଇବା ତେଲ ସହ ଅତ୍ୟାବଶ୍ୟଳ ଖାଦ୍ୟସାମଗ୍ରୀ ଉପରେ କେନ୍ଦ୍ର ମୋଦି ସରକାରଙ୍କ ଅହେତୁକ ମୂଲ୍ୟବୃଦ୍ଧି ସାଙ୍ଗକୁ ଧାନ ର ସର୍ବନିମ୍ନ ସହାୟକ ମୂଲ୍ୟ କୁଇଣ୍ଟାଲ ପିଛା 2930 ଟଙ୍କାକୁ ବୃଦ୍ଧି, ଧାନ କିଣା ସମୟ ସୀମାକୁ ଜୁନ 30 ପରିବର୍ତ୍ତେ ଜୁଲାଇ 25 ତାରିଖ ପର୍ଯ୍ୟନ୍ତ ବୃଦ୍ଧି, ସରକାର ଯେଉଁ ଚାଷୀଙ୍କ ଠାରୁ ଧାନ କିଣି ପାରି ନାହାଁନ୍ତି ସେମାନଙ୍କୁ ଆର୍ଥିକ କ୍ଷତିପୂରଣ ଏବଂ ରିହାତି ମୂଲ୍ୟରେ ଚାଷୀଙ୍କୁ ସାର କୀଟନାଶକ ଔଷଧ ପ୍ରଦାନ ଦାବି ପ୍ରତିବାଦରେ ଦେଶବ୍ୟାପି କଂଗ୍ରେସ ଦଳ ବିକ୍ଷୋଭ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ନୟାଗଡ ବ୍ଲକ କଂଗ୍ରେସ ପକ୍ଷରୁ ନୟାଗଡ ବ୍ଲକ ସାମ୍ନାରେ ଆଜି ପୂର୍ବାହ୍ନ ୧୦. ୩୦ ଘଟିକା ସମୟରେ ଦୁଇ ଘଣ୍ଟିଆ ଧାରଣା ବିକ୍ଷୋଭ ପ୍ରଦର୍ଶନ କରାଯାଇଛି l ପେଟ୍ରୋଲ ଡିଜେଲ ମୂଲ୍ୟବୃଦ୍ଧି ବିରୁଦ୍ଧରେ ମୁହଁ ଖୋଲିବା ପାଇଁ ବିଜେଡି ଭୟଭୀତ ବୋଲି ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବି ରଣଜିତ ଦାଶ କହିଛନ୍ତି l ମୋଦି ନବୀନ ସରକାର ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ଏବଂ ପେଟ୍ରୋଲିଅମ ଉତ୍ପାତ ଉପରେ ଅହେତୁକ ଦରବୃଦ୍ଧି କରାଇ ଦିନଦ୍ବିପହରରେ ସାଧାରଣ ଜନତାଙ୍କୁ ଲୁଟୁଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି l ନୟାଗଡ ବ୍ଲକ କଂଗ୍ରେସ ସଭାପତି ପୂର୍ବତନ ସରପଞ୍ଚ ଫକୀର ଚରଣ ମଲ୍ଲଙ୍କ ଆବାହକତ୍ୱରେ ଆୟୋଜିତ ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ପ୍ରଦେଶ ଯୁବ କଂଗ୍ରେସ ସମ୍ପାଦକ ଆଦିତ୍ୟ ପ୍ରସାଦ ପରିଡା,ଜିଲ୍ଲା ଯୁବ କଂଗ୍ରେସ କାର୍ଯ୍ୟକାରୀ ସଭାପତି ପ୍ରତୀକ ମହାପାତ୍ର, ଜିଲ୍ଲା କଂଗ୍ରେସ ସଂଖ୍ୟାଲଘୁ ସେଲ ଅଧ୍ୟକ୍ଷ ଅମଜାଦ ଖାଁ, ଜିଲ୍ଲା କଂଗ୍ରେସ ହରିଜନ ସେଲ ଅଧ୍ୟକ୍ଷ ଭଗବାନ ମଲିକ ପ୍ରମୁଖଙ୍କ ସହ ଦଳୀୟ କର୍ମୀ ଉପସ୍ଥିତ ଥିଲେ l ବ୍ଲକ କଂଗ୍ରେସ ପ୍ରତିନିଧି ଦଳ ବିଡ଼ିଓ ମନୋଜ ପାତ୍ରଙ୍କୁ ସାକ୍ଷାତ କରି ପ୍ରଧାନମନ୍ତ୍ରୀ ଆବାସ ଓ ବିଜୁ କୁଟୀର ଯୋଜନା ଦଳୀୟ ଭିତ୍ତିରେ ଦିଆଯିବl ଏବଂ ଗୋଟିଏ ପ୍ଲଟରେ ଦୁଇଟି ତିନୋଟି ଘର ବଣ୍ଟା ଯାଉଥିବା ବେଳେ ପ୍ରକୃତ ହିତାଧିକାରୀ ଘର ପାଉ ନଥିବା ଅଭିଯୋଗ କରିଥିଲେ l

Exit mobile version