Site icon Awaj Media

ଉତ୍କଳ ବିକାଶ ପରିଷଦ ପକ୍ଷରୁ ସେବା ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଡି ହେବାକୁ ନିବେଦନ କଲେ ସଭାପତି ଇଂ.ପ୍ରକାଶ ଚନ୍ଦ୍ର ସେଠୀ ।

Spread the love

କଟକ ( ଆୱାଜ ମିଡ଼ିଆ ) – ପ୍ରିୟବ୍ରତ ପଟ୍ଟନାୟକ : କଟକ ସଦର ବ୍ଲକର ଅଗ୍ରଣୀ ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦ ପକ୍ଷରୁ କଟକ ଜିଲ୍ଲା ବୟାଳିଶମୌଜ଼ା ଉପକଣ୍ଠ ଦଧିବାମନପୁର ପଞ୍ଚାୟତ ଆଇତଳଙ୍ଗ ଗ୍ରାମର ଜୈନିକ କର୍କଟ ରୋଗୀକୁ ସହାୟତା ଏବଂ ବଉଳକୁଦ ଗ୍ରାମର ସମାଜସେବୀ ତ୍ରିନାଥ ଦାସଙ୍କର କରୋନା ଜନିତ ବିୟୋଗରେ ଦୁଇ ଅସହାୟ ପରିବାରକୁ ସଭାପତି ଇଂ.ପ୍ରକାଶ ଚନ୍ଦ୍ର ସେଠୀଙ୍କ ଆହ୍ୱାନ କ୍ରମେ କାର୍ଯ୍ୟକର୍ତା ବର୍ଗ ଉଭୟ ପରିବାରକୁ ଭେଟି ଦୃଢ ମନୋବଳ ସହ କର୍ଯ୍ୟ କରିବାକୁ ଆଶ୍ୱାସନା ଦେବାସହ ପରିଷଦର ଜରୁରୀ କାଳୀନ ପାଣ୍ଠିରୁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ପରିଷଦ ଦୀର୍ଘ ଦିନ ଧରି କଟକ ଜିଲ୍ଲାରେ ଏହିପରି ବହୁବିଧ ସେଵାକାର୍ଯ୍ୟକୁ ସାଧାରଣରେ ଉଚ୍ଚ ପ୍ରସଂଶା କରାଯାଇଛି । କରୋନା ମହାମାରୀ ପରି ସଂକଟଜନକ ସ୍ଥିତିରେ ନିଜେ ନିଜ ପରିବାରର ଦାୟିତ୍ୱ ନେବା ସହିତ ନିଜର ସକ୍ଷମ ମୁତାବକ ଅନ୍ୟ ମାନଙ୍କୁ ସହାୟତାର ହାତ ବଢାଇବା ପାଇଁ ସଭାପତି ପ୍ରକାଶ ଚନ୍ଦ୍ର ସେଠୀ ନିବେଦନ କରିଛନ୍ତି .

Exit mobile version