Site icon Awaj Media

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ୭୩ ତମ ସ୍ଥାପନା ଦିବସ ପାଳିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲାର ସଦରମହକୁମା ପାରଳାଖେମୁଣ୍ଡି ଠାରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ୭୩ତମ ସ୍ଥାପନା ଦିବସ ପାଳିତ ହୋଇଯାଇଛି । ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ଗଜପତି ଜିଲ୍ଲା ପ୍ରମୁଖ ବାଳକୃଷ୍ଣ ଜେନାଙ୍କ ତତ୍ତ୍ୱାବଧାନରେ ସ୍ଥାନୀୟ ସଂସ୍କୃତି ଭବନ ପରିସରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଏହି କାର୍ଯ୍ୟକ୍ରମରେ ରଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଗଞ୍ଜାମ ବିଭାଗ ସହ-ପ୍ରଚାର ପ୍ରମୁଖ ମୁନୀନ୍ଦ୍ର ଶବର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ବିଦ୍ୟାର୍ଥୀ ମାନେ ଦେଶର ମେରୁଦଣ୍ଡ ଅଟନ୍ତି । ନିଜକୁ ଜଣେ ସୁନାଗରିକ ଭାବେ ଗଢି ତୋଳିବା ସହ ଏକ ସମୃଦ୍ଧ ଓ ଶକ୍ତିଶାଳୀ ରାଷ୍ଟ୍ର ନିର୍ମାଣରେ ସେମାନଙ୍କ ପ୍ରମୁଖ ଦାୟିତ୍ୱ ଓ ଭୂମିକା ରହିଛି ବୋଲି ଶ୍ରୀ ଶବର କହିଥିଲେ ।

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ୧୯୪୯ମସିହା ଜୁଲାଇ ମାସ ୯ତାରିଖରେ ଗଠନ କରାଯାଇଥିଲା । ବିଦ୍ୟାର୍ଥୀ ମାନେ ସୁନାଗରିକ ହେବାସହ ରାଷ୍ଟ୍ରକୁ ସମଗ୍ର ବିଶ୍ୱରେ ପରମବୈଭବଶାଳୀ କରିବା ନିମନ୍ତେ କିଭଳି ପ୍ରମୁଖ ଭୂମିକା ଗ୍ରହଣ କରିବେ ଏହାର ମୁଖ୍ୟ ଉଦ୍ଧେଶ୍ୟ ଅଟେ ।ଦେଶର ଅନେକ ଛାତ୍ର ସଂଙ୍ଗଠନ କାର୍ଯ୍ୟ କରୁଛନ୍ତି । ସେଗୁଡିକର କାର୍ଯ୍ୟପନ୍ଥା ଓ ନିଷ୍ପତି ଗ୍ରହଣ କରିବାର ଦାୟିତ୍ୱ ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ ଉପରେ ନିର୍ଭର କରିଥାଏ ।

କିନ୍ତୁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଏପରି ଏକ ଛାତ୍ର ସଂଗଠନ ଯାହାର କାର୍ଯ୍ୟପନ୍ଥା ଓ ନିଷ୍ପତି ନେବାର ଦାୟିତ୍ୱ ସମ୍ପୂର୍ଣ୍ଣ ଭାବେ ଦେଶର ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କୁ ନେଇ ଗଠିତ ହୋଇଥିବା ଶିକ୍ଷା ପରିବାର ଉପରେ ନ୍ୟସ୍ଥ ରହିଛି ବୋଲି କହିଥିଲେ । ଏହି ସଙ୍ଗଠନର କାର୍ଯ୍ୟକର୍ତ୍ତା ମାନେ ଶିକ୍ଷା ସମେତ ଅନ୍ୟାନ୍ୟ ରଷ୍ଟ୍ରୀୟ ସମସ୍ୟା ବିରୋଧରେ ସ୍ୱର ଉତ୍ତୋଳନ ଓ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରି ବହୁମାତ୍ରାରେ ସଫଳ ହୋଇଛନ୍ତି ବୋଲି ଶ୍ରୀ ଜେନା ନିଜ ବକ୍ତବ୍ୟରେ କହିଥିଲେ ।ଏହି ଅବସରରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ଜିଲ୍ଲା ସହସମ୍ପାଦକ ତଥା ଆଦିବାସୀ ଛାତ୍ର ପ୍ରମୁଖ ସମୀର ମଣ୍ଡଳ, କାହ୍ନା ମହାପାତ୍ର,ଛାତ୍ରୀ ପ୍ରମୁଖ ସୁଦେଷ୍ଣା ମହାରାଣା, ପାଠଶାଳା ପ୍ରମୁଖ ଆକାଂକ୍ଷା ଖଡଗରାୟ ଓ ଉପଦେଷ୍ଠା ଲୋକନାଥ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ଶେଷରେ ବୃକ୍ଷରୋପଣ କରାଯାଇଥିଲା ।

Exit mobile version