Site icon Awaj Media

ଦରଦାମ ବୃଦ୍ଧି କୁ ନେଇ ଜାତୀୟ କଂଗ୍ରେସ ତରଫରୁ ଉପରେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ !!!

Spread the love

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ବର୍ତ୍ତମାନ ସମଗ୍ର ଦେଶରେ ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ ସମେତ ଅତ୍ୟାବଶକୀୟ ଖାଦ୍ୟ ସାମଗ୍ରୀର ଦରଦାମ ହୁ ହୁ ହୋଇ ବଢୁଥିବା ବେଳେ ଜାତୀୟ କଂଗ୍ରେସର ଆହ୍ୱାନ କ୍ରମେ ରାଜ୍ୟ କଂଗ୍ରେସ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ନିର୍ବାଚନ ମଣ୍ଡଳୀରେ ବ୍ଲକ କଂଗ୍ରେସ ସଭାପତି ହାଡୁବନ୍ଧୁ ମହାପାତ୍ରଙ୍କ ଡ଼ାକରାରେ ଶତାଧିକ କର୍ମୀ ଏକଜୁଟ ହୋଇ ବେଗୁନିଆ ପୋଷ୍ଟ ଅଫିସ ଛକ ଠାରୁ ଏକ ରାଲି ରେ ଯାଇ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ସଭା ଆୟୋଜନ କରିଥିଲେ । ଏଥିରେ ଜଟଣୀ ବିଧାୟକ ସୁର ରାଉତରାୟ, ବେଗୁନିଆ ବୋଲଗଡ଼ କଂଗ୍ରେସ ନେତା ପ୍ରଦୀପ କୁମାର ସାହୁ ଉପସ୍ଥିତ ରହି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଖାଉଟି ମାରଣ ନୀତି ବିରୋଧରେ ପ୍ରତିବାଦ ସ୍ୱର ଉତ୍ତୋଳନ କରିଥିଲେ ।

Exit mobile version