Site icon Awaj Media

ଫ୍ରଣ୍ଟ୍ ଲାଇନ୍ ମିଡିଆ ଆସୋସିଏସନ୍ ପକ୍ଷରୁ ପଥପାର୍ଶ୍ଵ ବୃକ୍ଷ ରୋପଣ !!

Spread the love

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ୭୨ତମ ବନ ମହୋତ୍ସବ ଅବସରରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଫ୍ରଣ୍ଟ୍ ଲାଇନ୍ ମିଡିଆ ଆସୋସିଏସନ୍ ପକ୍ଷରୁ ପଥପାର୍ଶ୍ବ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଫ୍ରଣ୍ଟ୍ ଲାଇନ୍ ମିଡିଆ ଆସୋସିଏସନ୍ ର ସଭାପତି ସନ୍ତୋଷ କୁମାର ଦାଶ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ପଥପାର୍ଶ୍ଵ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ସ୍ଥାନୀୟ ଉପଜିଲ୍ଲାପାଳ କାର୍ଯ୍ୟାଳୟ ଓ ବ୍ଲକ କାର୍ଯ୍ୟାଳୟର ଦୁଇ ପାର୍ଶ୍ୱ ରେ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ବାଲିଗୁଡ଼ା ଥାନା ଡିଏସପି ସ୍ଵରାଜ ଦେବତା ଓ ଥାନା ଅଧିକାରୀ ବାବା ଶଙ୍କର ସରାଫ ଅତିଥି ଭାବରେ ଯୋଗଦେଇ ବୃକ୍ଷ ରୋପଣ କରିବା ସହ ଏହି କାର୍ଯ୍ୟକ୍ରମ ଆୟୋଜିତ ସାମ୍ବାଦିକ ମାନଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଫ୍ରଣ୍ଟ ଲାଇନ୍ ମିଡିଆ ଆସୋସିଏସନ୍ ସଭାପତି ସନ୍ତୋଷ କୁମାର ଦାଶ, ସମ୍ପାଦକ ଅସିତ୍ କୁମାର ବେହେରା, କୋଷାଧ୍ୟକ୍ଷ ଭଗବତ ପ୍ରସାଦ ସାବତ, ସଂଯୋଜକ ଚିତ୍ତ ରଞ୍ଜନ ନାୟକ, ଉପଦେଷ୍ଟା ମନୋରଞ୍ଜନ ରାୟ, ବିପ୍ର ଚରଣ ସାହୁ, ସଞ୍ଜୟ କୁମାର ପାଣିଗ୍ରାହୀ, ସୁବ୍ରତ କୁମାର ମାଝୀ ସମେତ ସମସ୍ତ ସଦସ୍ୟ ଯୋଗଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ବାଲିଗୁଡ଼ା ବନପାଳ ମାନସ ସାହୁ ଓ ତାଙ୍କ ସହଯୋଗୀ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ l ଫ୍ରଣ୍ଟ୍ ଲାଇନ୍ ମିଡିଆ ଆସୋସିଏସନ୍ ପକ୍ଷରୁ ବୃକ୍ଷ ରୋପଣ ପକ୍ଷରୁ ଆୟୋଜିତ ଏଭଳି କାର୍ଯ୍ୟକୁ ବନବିଭାଗ ସମେତ ପ୍ରଶାସନିକ ଅଧିକାରୀ ଓ ଅଞ୍ଚଳବାସୀ ସ୍ବାଗତ ଜଣାଇଛନ୍ତି l

Exit mobile version